ଭୁବନେଶ୍ୱର: କୋଭିଡ-୧୯ରୁ ମୁକ୍ତ ହେବା ପରେ ମଧ୍ୟ ଯଦି ଜ୍ୱର, କାଶ, ଛିଙ୍କ ଭଳି ଆଦି ଲକ୍ଷଣ ଦେଖାଯାଉଛି, ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ରାଜ୍ୟ ସରକାରଙ୍କ କୋଭିଡ୍‌ ସଂପର୍କିତ ପଶ୍ନୋତ୍ତର କାର୍ଯ୍ୟକ୍ରମରେ ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ଆଜି ଏହି ପରାମର୍ଶ ଦେଇଛନ୍ତି। କରୋନା ସଂକଟ ସମୟରେ ଯୋଗ ଚିକିତ୍ସା ଭଳି କାମ କରୁଛି। ଆଜିର ଦିନରେ ସମଗ୍ର ବିଶ୍ୱରେ ଯୋଗକୁ ଗ୍ରହଣ କରାଯାଉଛି। କୋଭିଡ, ଫୁସଫୁସ ଓ ଶ୍ୱାସନଳୀ ଜନିତରୋଗ କପାଳ ଭାତୀ ଯୋଗ ମାଧ୍ୟମରେ ଭଲ ହୋଇପାରୁଛି। ଯୋଗ ମାଧ୍ୟମରେ ଆଭ୍ୟନ୍ତରୀଣ ଅଙ୍ଗ ବ୍ୟାୟାମ ହୋଇପାରୁଛି। ତେଣୁ ସୁସ୍ଥ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି।

Advertisment

ସନ୍ତରଣ ସ୍ୱାସ୍ଥ୍ୟ ପାଇଁ ଭଲ। କୋଭିଡ ସମୟରେ ସଂକ୍ରମଣ ଆଶଙ୍କାରେ ସନ୍ତରଣାଗାରକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ତାଳିମ ପାଇଁ ଏବେ ସରକାର ସନ୍ତରଣାଗାରକୁ ଅନୁମତି ଦେଇଛନ୍ତି। କିନ୍ତୁ ପାଣି ନରମ ଥିବା ସମୟରେ ସନ୍ତରଣ କରାଯିବା ଦରକାର। କିନ୍ତୁ ସ୍ୱାସ୍ଥ୍ୟ ଠିକ ନଥିଲେ ଏଥିରୁ ନିବୃତ ରୁହନ୍ତୁ ବୋଲି ଡାକ୍ତର ପଣ୍ଡା ପରାମର୍ଶ ଦେଇଛନ୍ତି।

publive-image

ଡାକ୍ତର ପଣ୍ଡା ପରାମର୍ଶ ଦେଇଛନ୍ତି ଯେ, କୋଭିଡ କଟକଣା ସମୟରେ ହେଉ କି ପରେ ହେଉ ଧୂମପାନ ସବୁବେଳେ ବର୍ଜନ କରିବା ଦରକାର। କରୋନା ଭାଇରସ ମହାମାରୀରୁ ମୁକ୍ତ ହେବା ପରେ ବି ଆକ୍ରାନ୍ତ ବ୍ୟକ୍ତି ସତର୍କ ରହିବା ଦରକାର। ରୋଗରୁ ନିର୍ବୃତ୍ତ ରହିବା ପାଇଁ ଅନ୍ୟ ଟିକା ନେବା ଦରକାର। ସେହିଭଳି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ବାରମ୍ବାର ହାତ ଧୋଇବାକୁ ଅଭ୍ୟାସ କରିବା।

କରୋନା ପାଇଁ ବ୍ୟବହାର ହେଉଥିବା ଲକ୍ଷଣ ଯୁକ୍ତ ବ୍ୟକ୍ତି ଫାଭିଥେରାପି ନେଇପାରିବେ। ହୋମ୍‌ ଆଇସୋଲେସନରେ ଥିବା ସମୟରେ ଲକ୍ଷଣ ଯଦି ଦେଖାଯାଏ, ସେହି ସମୟରେ ଫେଭାଥେରାପି ଔଷଧ ଦିଆଯାଇପାରିବ। ଏହି ଔଷଧ ନେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨ରୁ ୩ ପ୍ରତିଶତଙ୍କ ଠାରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଉଛି। ଡାକ୍ତର ପଣ୍ଡା କହିଛନ୍ତି ଯେ, କୌଣସି ବଟିକା ଯେତେବେଳେ ଆମେ ଆରମ୍ଭ କରିଥାଉ, ପ୍ରଥମେ ଅଧିକ ଡୋଜ ନିଆଯାଇଥାଏ। ଧୀରେ ଧୀରେ ଡୋଜ ହ୍ରାସ କରାଯାଇଥାଏ।