ସୁନ୍ଦରଗଡ଼: ପ୍ରଚାରର ଆଗରେ ଅଛନ୍ତି ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ କୁମାର ସିଂ। ଗାଁ, ପଡ଼ାରେ ନିର୍ବାଚନୀ ସଭା କରିବା ସହ ଘରକୁ ଘର ଯାଇ ନବୀନଙ୍କ ବିକାଶର ବାର୍ତ୍ତା ଦେଇ ଷଷ୍ଠଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରୁଛନ୍ତି। ଯୋଗେଶଙ୍କ ବିଜୟ ପାଇଁ ଗାଁ, ଗାଁରେ ଭୋଟର ସଂକଳ୍ପ ନେଉଛନ୍ତି। ଏପଟେ ସୁନ୍ଦରଗଡ଼ ପୌରାଞ୍ଚଳରେ ମଙ୍ଗ ଧରିଛନ୍ତି ତାଙ୍କ ସହଧର୍ମିଣୀ ଶ୍ରଦ୍ଧାଞ୍ଜଳି ସିଂ। ଦଳର ଶହ ଶହ ମହିଳା ସମର୍ଥକଙ୍କ ସହ ପ୍ରତିଟି ୱାର୍ଡର ଘରକୁ ଘର ଯାଇ ସ୍ବାମୀଙ୍କ ପାଇଁ ଭୋଟ ମାଗୁଛନ୍ତି।

Advertisment

ଗୁରୁବାର ୧ ନମ୍ବର ୱାର୍ଡ ରାଣୀବଗିଚାରେ ଭୋଟ ମାଗିଥିବାବେଳେ ଶୁକ୍ରବାର ୧୫ ନମ୍ବର ୱାର୍ଡ ଡେଙ୍ଗିଭାଡ଼ିରେ ଘର ଘର ଯାଇ ବିଜେଡି କ୍ୟାଲେଣ୍ଡର ଓ ନିବେଦନପତ୍ର ବାଣ୍ଟିବା ସହ ସ୍ବାମୀ ଯୋଗେଶଙ୍କୁ ଇଭିଏମରେ ଶଂଖ ଚିହ୍ନରେ ବଟନ ଟିପି ବିଜୟୀ କରିବାକୁ ଅନୁରୋଧ କରିଥିଲେ। ପ୍ରତିଟି ୱାର୍ଡରେ ଲୋକେ ତାଙ୍କୁ ବେଶ ଉତ୍ସାହର ସହ ସ୍ବାଗତ କରୁଥିଲେ। ସହରର ସମସ୍ତ ୱାର୍ଡକୁ ଯାଇ ଭୋଟରଙ୍କୁ ଭେଟି ସ୍ବାମୀଙ୍କ ପାଇଁ ଭୋଟ ମାଗିବେ ଓ ଲୋକଙ୍କ ସମର୍ଥନରେ ଏଥର ସୁନ୍ଦରଗଡ଼ରେ ଶଂଖ ବାଜିବ ବୋଲି କହିଛନ୍ତି ଶ୍ରଦ୍ଧାଞ୍ଜଳି। ପ୍ରଚାରରେ ୧୫ ନମ୍ବର ୱାର୍ଡର ପୌରପାରିଷଦ ସୁଶୀଳା ନାଗ, ୧୩ ନମ୍ବର ୱାର୍ଡର ପୌରପାରିଷଦ ଦୁଃଶିଳା ଦଣ୍ତସେନା, ପୌରପାରିଷଦ ରଜନୀ ରୋହିଦାସ, ଗୀତା ମାଝି, ସୁକାନ୍ତି କାଲୋ, ଲିପିସ୍ମିତା ବିଶି, ସନ୍ତୋଷିନୀ ପ୍ରଧାନ, ଗୋଲାପି କୁମୁରାଙ୍କ ସମେତ ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ପୌରପାର୍ଷଦ ଅନିଲ ମହାପାତ୍ର, ଅନିରୁଦ୍ଧ ସାହୁ ନରଦୀପ ସିଂ, ଛାତ୍ରନେତା ସହବାଜ ହୁସେନ, ଜାଗ୍ରତ ଯୋଷୀ, ନିଖିଳ ସାହୁ, ସୁଶାନ୍ତ ଦେବ, ତ୍ରିଲୋଚନ କୋକ, ସୁଧାଂଶୁ ଦାଶ ପ୍ରମୁଖ ଶହ ଶହ କର୍ମକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।