ସୁନ୍ଦରଗଡ଼, ସୁନ୍ଦରଗଡ ସଦର ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହଙ୍କ ନିର୍ବାଚନୀ ପ୍ରଚାର ଜୋର୍ ଧରିଛି। ପଞ୍ଚାୟତ, ଗାଁ, ଘରକୁ ଯାଇ ନବୀନଙ୍କ ବିକାଶର ବାର୍ତ୍ତା ଦେବା ସହ ଭୋଟ ମାଗୁଛନ୍ତି। ମଙ୍ଗଳବାର ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ବଡବଙ୍ଗା ପଞ୍ଚାୟତର ଲୋକଡେଗା, ଭରତପୁର, ବଡବଙ୍ଗା, ମୁଣ୍ଡାପଡା, ଛୋଟବଙ୍ଗା, ନାକଡିହି, ଝାରବନ, ମହିକାନି, ଧରୁଆଡିହି, ବୁଦେଲକାନି, ବସୁପଡା,ହରିଜନ ପଡା ଏବଂ ରାଇବଗା ପଞ୍ଚାୟତ ର ମଝାପଡା, କାଜୁପଡା, ଭେଲସରା, ଝରାକାନି, ପତାପଡା ଠାରେ ସେ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ।

Advertisment

publive-image

ଏହି ସମୟରେ ସେ ଝରାକାନିଠାରେ କେନ୍ଦୁପତ୍ର ତୋଳାଳିଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରମିକମାନେ ବିଭିନ୍ନ ସମସ୍ଯା କହି ସମାଧାନ ପାଇଁ ଯୋଗେଶଙ୍କୁ ଅନୁରୋଧ କରିଥିଲେ। ପ୍ରଚାର କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରିନା ମାଝୀ, ସଞ୍ଜୟ ସାହୁ, ନିଲୁ ପଟେଲ, ଚୈତନ୍ୟ ସାହୁ, ଘସିଆ ଭାଇସାଲ, ସସ୍ମିତା ମିଶ୍ର, ଉପସ୍ଥିତ ରହି ଯୋଗେଶଙ୍କ ବିଜୟ ପାଇଁ ସଂକଳ୍ପ କରିଥିଲେ। ପ୍ରଚାର ସମୟରେ ବିଭିନ୍ନ ଗ୍ରାମରେ ଯୁବକମାନେ ବିଜୁ ଜନତା ଦଳରେ ସାମିଲ ହେଉଥିବା ଦେଖାଯାଇଥିଲା।