ଭୁବନେଶ୍ବର : ଇତିମଧ୍ୟରେ େଗାଟିଏ ଯୁଗ (୧୨ବର୍ଷ) ବିତିଗଲାଣି। ଥରୁଟିଏ ବୈଠକ ବସିପାରିଲା ନାହିଁ। କ୍ୟାବିେନଟ୍ ମନ୍ତ୍ରୀଙ୍କ ସୁବିଧା ସୁେଯାଗ ଉପଭୋଗ କରୁଥିବା ଉପାଧ୍ୟକ୍ଷମାନେ ସରକାରଙ୍କୁ କି କି ଦୀର୍ଘମିଆଦୀ ଓ ସ୍ବଳ୍ପ ମିଆଦୀ କାର୍ଯ୍ୟକ୍ରମ ସଂପର୍କରେ ପରାମର୍ଶ ଦେଇଛନ୍ତି, ତାହା ମଧ୍ୟ ରାଜ୍ୟବାସୀ ଜାଣିପାରିଲେ ନାହିଁ। କେଉଁ କେଉଁ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି, ବିକାଶ ପହଞ୍ଚିପାରୁନଥିବା କେତେ ନଗଡା ଭଳି ଅଞ୍ଚଳକୁ ମୁଖ୍ୟ େସ୍ରାତକୁ ଆଣିବା ଲାଗି ସରକାରଙ୍କ ପାଖେ ପ୍ରସ୍ତାବ ବାଢିଛନ୍ତି, ତାହା ଆଜି ବି ଅଛପା ରହିଛି।

Advertisment

ଯଦି ଏହା ହେଉଛି ବାସ୍ତବତା, ତେବେ ଏସବୁ ଦାୟିତ୍ବ ନ୍ୟସ୍ତ ଥିବା ରାଜ୍ୟ େଯାଜନା େବାର୍ଡ ରହିଛି କାହିଁକି? କାହା ସ୍ବାର୍ଥ ସାଧନ ଲାଗି େଯାଜନା େବାର୍ଡ ଉପାଧ୍ୟକ୍ଷ ବା ସଦସ୍ୟ ପଦରେ େନତାମାନଙ୍କୁ ନିଯୁକ୍ତି ଦିଆଯାଉଛି? କାହିଁକି ସାଧାରଣ େଲାକଙ୍କ ଟିକସ ଅର୍ଥ ହାତଗଣତି କିଛି ରାଜନେତାଙ୍କ ବାବଦରେ ଖର୍ଚ୍ଚ ହେବ?

ଗତ ନିର୍ବାଚନରେ ପରାସ୍ତ େହାଇଥିବା କିଛି େନତା ରାଜ୍ୟ େଯାଜନା େବାର୍ଡ ଉପାଧ୍ୟକ୍ଷ ପଦ ହାତେଇବା ପାଇଁ ଚାପ କୌଶଳ ପ୍ରୟୋଗ କରୁଥିବା ଚର୍ଚ୍ଚା େଜାର ଧରିବା ପରେ ଏବେ ଏମିତି କିଛି ପ୍ରଶ୍ନ ସାଧାରଣରେ ଉଙ୍କି ମାରିଲାଣି। ରାଜନୈତିକ ଥଇଥାନ ପାଇଁ ସାଧାରଣ େଲାକଙ୍କ ଅର୍ଥକୁ ପାଣି ଭଳି ଖର୍ଚ୍ଚ କରାଯାଉଥିବା କିଛି ସଂସ୍ଥାରେ ରାଜନୈତିକ ନିଯୁକ୍ତି ବନ୍ଦ କରିବା ଲାଗି ବୁଦ୍ଧିଜୀବୀ ମହଲ ଦାବି କରୁଛନ୍ତି। ଶାସକ ବିେଜଡିର ଅଧିକାଂଶ େନତା ଏଭଳି ପଦବି ଉଚ୍ଛେଦ କରାଯିବା ଉଚିତ କି େବାଲି ପ୍ରଶ୍ନରେ ଆଦୌ ନା କରୁନାହାନ୍ତି।

ରାଜ୍ୟ ସରକାରଙ୍କୁ ସ୍ବଳ୍ପ ଓ ଦୀର୍ଘମିଆଦି କାର୍ଯ୍ୟକ୍ରମ ବା ନୀତି ସଂକ୍ରାନ୍ତରେ ପରାମର୍ଶ ଦେବା ଲାଗି େଯାଜନା େବାର୍ଡ ଗଠନ କରାଯାଇଥିଲା। ବାର୍ଷିକ େଯାଜନା ପ୍ରସ୍ତୁତି, ପାଞ୍ଚବର୍ଷିଆ େଯାଜନାର ରୂପରେଖ ସଂପର୍କରେ ଏମାନେ ସରକାରଙ୍କୁ ଦିଗଦର୍ଶନ ଦେଉଥିଲେ। କିଛି େକ୍ଷତ୍ରରେ ଜିଲ୍ଲାର ବିକାଶ ପାଇଁ ସ୍ବତନ୍ତ୍ର େଯାଜନା ଲାଗି ଏହି େବାର୍ଡ ଖସଡା ପ୍ରସ୍ତୁତ କରୁଥିଲେ, ରାଜ୍ୟ ପାଇଁ ମଧ୍ୟ।

୧୯୯୮ ମସିହାରେ ରାଜ୍ୟ ସରକାର ଏକ ସଂକଳ୍ପ ଜାରି କରି ଆହୁରି ସ୍ପଷ୍ଟ କରିଦେଇଥିଲେ େଯ ମୁଖ୍ୟମନ୍ତ୍ରୀ ବା ତାଙ୍କ ପ୍ରତିନିଧି ଭାବେ ଉପାଧ୍ୟକ୍ଷ େଯାଜନା େବାର୍ଡର େନତୃତ୍ବ ନେବେ। ବିଭାଗୀୟ ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଅର୍ଥ ସଚିବ ପ୍ରମୁଖ ପାଞ୍ଚଜଣ ସରକାରୀ ସଭ୍ୟ ରହିବେ, ଉନ୍ନୟନ କମିସନର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ଅନ୍ୟ ୧୦ ଜଣ ସଦସ୍ୟଙ୍କୁ ସରକାର ମନୋନୀତ କରିବେ।

ଗତ କିଛି ବର୍ଷ ଧରି ରାଜ୍ୟ େଯାଜନା େବାର୍ଡ ଯେଉଁଭଳି କାର୍ଯ୍ୟ କରୁଛି, ଏହାର ଆବଶ୍ୟକତା ଅଛି ନା ନାହିଁ, େସ େନଇ ବିରାଟ ପ୍ରଶ୍ନ ଛିଡା ହେଲାଣି। ୨୦୦୭ ଅକ୍ଟୋବର ପରଠାରୁ ରାଜ୍ୟ େଯାଜନା େବାର୍ଡ ବୈଠକ ଆଉ ବସିନାହିଁ।

କୌତୂହଳର କଥା େହଉଛି, ୨୦୦୮-୦୯ ମସିହାରେ ରାଜ୍ୟ ସରକାର ନିଜେ େଯାଜନା େବାର୍ଡ କ୍ଷମତାକୁ ସଙ୍କୁଚିତ କରିଦେଇଛନ୍ତି।

ଜିଲ୍ଲା େଯାଜନା କମିଟି ଗଠନ କରାଯାଇଛି। ପୂର୍ବରୁ ମନ୍ତ୍ରୀ ମାନଙ୍କୁ ଏହାର ଅଧ୍ୟକ୍ଷ କରାଯାଉଥିଲା, ଏବେ ସେଠାରେ ମଧ୍ୟ ରାଜନୈତିକ ନେତାଙ୍କୁ ଥଇଥାନ କରିବାକୁ ଯାଇ ମନ୍ତ୍ରୀ ପଦ ପାଇନଥିବା ଅସନ୍ତୁଷ୍ଟ ବା ଆଶାୟୀ ବିଧାୟକ ଅଧ୍ୟକ୍ଷ ରୂପେ ବସୁଛନ୍ତି। ଜିଲ୍ଲାସ୍ତରରେ ପ୍ରସ୍ତୁତ େହଉଥିବା େଯାଜନାକୁ ଏମାନେ ଅନୁମୋଦନ ଦିଅନ୍ତି। ୨୦୧୦ ମସିହା ପରଠାରୁ ରାଜ୍ୟ େଯାଜନା ପ୍ରସ୍ତୁତି ବେେଳେ ଜିଲ୍ଲାର େଯାଜନାର କିଛି ଅଂଶ ସ୍ଥାନ ପାଉଛି।

ପରୋକ୍ଷରେ ସରକାର ନିଜେ ସୂଚାଇ ଦେଇଛନ୍ତି େଯ ରାଜ୍ୟ େଯାଜନା େବାର୍ଡର ଆଉ କୌଣସି ଆବଶ୍ୟକତା ନାହିଁ। ଏମିତିରେ ବି େକନ୍ଦ୍ର ସରକାର ଇତିମଧ୍ୟରେ େଯାଜନା ଆେୟାଗ ବ୍ୟବସ୍ଥାକୁ ଉଚ୍ଛେଦ କରିସାରିଛନ୍ତି। ତା ସ୍ଥାନରେ ନିତି ଆେୟାଗ େଯାଜନା ପ୍ରଣୟନରେ ବଡ଼ ଭୂମିକା ନିର୍ବାହ କରୁଛନ୍ତି। େକନ୍ଦ୍ର ସରକାର ତୃଣମୂଳସ୍ତରରୁ େଯାଜନା ପ୍ରସ୍ତୁତି ଉପରେ ଗୁରୁତ୍ବାରୋପ କରୁଛନ୍ତି ଓ ବିଭିନ୍ନ େଯାଜନା ଅର୍ଥ ସିଧାସଳଖ ବ୍ଲକ ବା ପଞ୍ଚାୟତ ପର୍ଯ୍ୟନ୍ତ ପହଞ୍ଚାଇଲେଣି।

ପ୍ରକାଶ ଥାଉକି, ଓଡ଼ିଶାରେ ରାଜ୍ୟ େଯାଜନା େବାର୍ଡ ଧୀରେ ଧୀରେ ରାଜନୈତିକ ଥଇଥାନ େକନ୍ଦ୍ରରେ ପରିଗଣିତ ହୋଇଗଲାଣି। ଗତ ସରକାର ସମୟରେ ପ୍ରଥମେ ଭାସ୍କର ରାଓଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା। ପରେ ସେ ରାଜ୍ୟସଭା ନିର୍ବାଚିତ େହାଇଥିଲେ। ସରକାରଙ୍କ େଯାଜନା ପ୍ରସ୍ତୁତିରେ ତାଙ୍କ ଭୂମିକା କ’ଣ, ରାଜ୍ୟବାସୀଙ୍କୁ ତାହା ଆଜି ବି ଅଜଣା ରହିଛି। ସେହିଭଳି ବିଷ୍ଣୁ ଦାସ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ପଦବିରେ ତାଙ୍କୁ ଅଧିଷ୍ଠିତ କରାଯାଇଥିଲା। ସେ କ୍ୟାବିେନଟ୍ ମନ୍ତ୍ରୀର ସମସ୍ତ ସୁବିଧା ସୁଯୋଗ ପାଇଥିଲେ।

ପରବର୍ତୀ ସମୟରେ ରାଜ୍ୟ ସରକାର ରାମଚନ୍ଦ୍ର ପଣ୍ଡା,ରବି ମଲ୍ଲିକ, ଗିରିଶ ଚନ୍ଦ୍ର ଦାସ, ଈଶ୍ବର ପାଣିଗ୍ରାହୀ, କମଳା ପୂଜାରୀ, ସୁଧୀର କୁମାର ଦାସ, ଡ. ଶରତ ମିଶ୍ର, ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଓ ରାସେଶ୍ବରୀ ପାଣିଗ୍ରାହୀଙ୍କୁ ସଦସ୍ୟଭାବେ ନିଯୁକ୍ତି ଦେଇଥିଲେ। ତଥାପି ରାଜ୍ୟ େଯାଜନା େବାର୍ଡ ଭାଗ୍ୟ େଖାଲିପାରିଲା ନାହିଁ।

କୌତୂହଳର କଥା ହେଲା, ୨୦୧୪ ମସିହାରୁ ରାଜ୍ୟ ସରକାର ୧୯୭୧ ବ୍ୟାଚର ଜଣେ ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ଦାସଙ୍କୁ େଯାଜନା େବାର୍ଡର ଉପଦେଷ୍ଟା ଭାବେ ନିଯୁକ୍ତି େଦଇଛନ୍ତି। ସେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ସୁେଯାଗ ପାଉଛନ୍ତି। ସେହିଭଳି ଓଏସଡି ଭାବେ ସୁଜିତ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ପାଞ୍ଚମ ପାଳିରେ କ୍ଷମତାକୁ ଆସିବା ଦିନ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ‘ଟି’ର େସ୍ଲାଗାନ େଦଇଛନ୍ତି। ଏବେ ସରକାର ନିଜ ଦଳର କିଛି େନତାଙ୍କୁ ଥଇଥାନ କରି ବ୍ୟବସ୍ଥାକୁ ଅଧିକ ଓଜନିଆ କରିବେ ନା ଉତ୍ତରଦାୟିତ୍ବ ଧାର୍ଯ୍ୟ କରି ରାଜ୍ୟକୁ ବିକାଶିତ କରିବା ଲାଗି େଠାସ୍ ନିଷ୍ପତ୍ତି େନବେ, ତାହା ଦେଖିବା କଥା।

ଜଣେ ପୂର୍ବତନ ବରିଷ୍ଠ ପ୍ରଶାସକ କହିଛନ୍ତି, ରାଜ୍ୟ େଯାଜନା େବାର୍ଡ ଗଠନର ଉଦ୍ଦେଶ୍ୟ ସେବେ ସଫଳ ହେବ, ଯେବେ ଭାରତ ବର୍ଷର ପ୍ରମୁଖ ଅର୍ଥନୀତିଜ୍ଞମାନଙ୍କୁ ସାମ୍ନାରେ ରଖି ରାଜ୍ୟ ସରକାର ଓଡ଼ିଶା ପାଇଁ ପୃଥକ୍ ବା ସ୍ବତନ୍ତ୍ର କାର୍ଯ୍ୟକ୍ରମର ନକ୍ସା ପ୍ରସ୍ତୁତ କରିବେ। େକରଳକୁ ଏ େକ୍ଷତ୍ରରେ ଉଦାହରଣ ଭାବେ ନିଆଯାଇପାରେ। ସେଥିରେ ରାଜନୈତିକ ବ୍ୟକ୍ତିଙ୍କର େଯାଗଦାନ ଦରକାର। କିନ୍ତୁ ସଦସ୍ୟ ଭାବେ। ଯିଏ ହାରିଯିବ ବା ଯାହାକୁ ଥଇଥାନ କରିବାର ଆବଶ୍ୟକ ପଡିବ, ତାକୁ ସାମ୍ନାରେ ବା ପୁରୋଭାଗରେ ରଖି ସାରା ଓଡ଼ିଶାର ବିକାଶର ନକ୍ସା ପ୍ରସ୍ତୁତି ସମ୍ଭବ ନୁେହଁ। ହେଲେ ବି ତାହା ଫଳପ୍ରଦ ହେବା ସମ୍ଭାବନା କ୍ଷୀଣ। ରାଜ୍ୟ ସରକାର ଭିଜନ-୨୦୩୬କୁ ନଜରରେ ରଖି ଯଦି ଏଭଳି ପଦକ୍ଷେପ ନିଅନ୍ତି ଓ ରାଜ୍ୟ େଯାଜନା ବୋର୍ଡ ପୁନର୍ଗଠନ କରାଯାଏ, ତେବେ ଆଖିବୁଜା େଯାଜନା କରି ପରବର୍ତୀ ସମୟରେ ଏହାର କ୍ଷତି ପାଇଁ ପସ୍ତାଇବାକୁ ପଡିବ ନାହିଁ।