ବଅଁରପାଳ: ଅନୁଗୁଳଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରୁ ଜୈନିକା ୧୩ ବର୍ଷ ବୟସର ନାବାଳିକା ପରୀକ୍ଷା ଦେବାକୁ ସ୍କୁଲ ଯାଉଥିବା ବେଳେ ସାନ୍ତରାପୁର ଗ୍ରାମ ସାଗର ନାଏକ (୧୯) ରାସ୍ତାରୁ ବଳପୂର୍ବକ ଉଠାଇ ନେଇଥିଲାl ପରିବାର ଲୋକେ ଖୋଜାଖୋଜି କରି ନପାଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେl
ଅଭିଯୁକ୍ତ ସାଗର ନାଏକକୁ ସାନ୍ତରାପୁର ଗ୍ରାମରୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛିl ନାବାଳିକା ଙ୍କୁ ଡାକ୍ତରୀ ମାଇନା ଏବଂ ମାଜିଷ୍ଟେଟଙ୍କ ନିକଟରେ ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ସୂଚନା ଦେଇଛନ୍ତିl
angul
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/25/ang-2025-09-25-23-01-53.jpg)