ଭୁବନେଶ୍ବର : ଏଣିକି ଗାଡ଼ି ମାଲିକାନା ପରିବର୍ତ୍ତନ ପାଇଁ ଆର୍‌ଟିଓ ଅଫିସ ଯିବାକୁ ପଡ଼ିବନି। ଘରେ ବସିକି ଅନଲାଇନ୍‌ରେ ଦସ୍ତଖତ କରିଦେଲେ ମାଲିକାନା ବଦଳିଯିବ। ଏହି ବ୍ୟବସ୍ଥା ଜୁଲାଇ ପ୍ରଥମ ସପ୍ତାହରୁ ଲାଗୁ ହେବ ବୋଲି ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Advertisment

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ଗାଡ଼ି ମାଲିକାନା ପରିବର୍ତ୍ତନ ପାଇଁ ସମସ୍ତ ଡକୁମେଣ୍ଟ ଅନଲାଇନ୍‌ରେ ଜମା କରିବାକୁ ପଡ଼ୁଛି। ହେଲେ ଗାଡ଼ି କ୍ରେତା ଓ ବିକ୍ରେତାଙ୍କୁ ଆର୍‌ଟିଓ ଅଫିସକୁ ଯାଇ ଦସ୍ତଖତ କରିବାକୁ ପଡ଼ୁଛି। ଲୋକମାନେ ଯେପରି ଆର୍‌ଟିଓ ଅଫିସ ନଯିବେ ସେଥିପାଇଁ ସଫ୍ଟୱେୟାର ଓ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ ହୋଇଛି। ଇ-ଦସ୍ତଖତ ନେଇ ନୂଆ ସଫ୍ଟୱେୟାର ଆସିଲେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ଲାଗୁ ହେଲେ ବି ଲୋକ ଆର୍‌ଟିଓ ଅଫିସ୍ ଆସି ଗାଡ଼ି ମାଲିକାନା ପରିବର୍ତ୍ତନ କରିପାରିବେ।