କୋଣାର୍କ : କୋଣାର୍କ ଚନ୍ଦ୍ରଭାଗାରେ ଲାଇଫ୍ ଗାର୍ଡ ମୁତୟନ ନଥିବା ସମୟରେ ପର୍ଯ୍ୟଟକ ଓ ଜନସାଧାରଣ ବିପଦପୂର୍ଣ୍ଣ ସମୁଦ୍ର ସ୍ନାନ କରୁଛନ୍ତି। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆଜି ଏକ ଅଭାବନୀୟ ଘଟଣା କ୍ରମରେ ଜଣେ ଯୁବକ ସମୁଦ୍ରରେ ବିପଦପୂର୍ଣ୍ଣ ସ୍ନାନ ସମୟରେ ପ୍ରାଣ ହରାଇଥିବା ବେଳେ ଜଣେ ମହିଳା ଲହଡ଼ି ମାଡରେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ଚନ୍ଦନ ଖଟୋଇ (୨୧) ଏବଂ ଆହତ ମହିଳା ଜଣକ କଟକ ବାଲିଚନ୍ଦ୍ରପୁର ଅଞ୍ଚଳର ସନ୍ଧ୍ୟାରାଣୀ ଜେନା (୩୧) ବୋଲି ଜଣାପଡ଼ିଛି। ଲହଡ଼ି ମାଡ଼ରେ ସନ୍ଧ୍ୟାରାଣୀଙ୍କ ଗୋଡ ଭାଙ୍ଗିଯାଇଛି।
ସମୁଦ୍ରରେ ବିପଦପୂର୍ଣ୍ଣ ସ୍ନାନ : ଯୁବକ ମୃତ, ମହିଳା ଗୁରୁତର
/sambad/media/post_attachments/wp-content/uploads/2019/06/konark-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)