ଭୁବନେଶ୍ବର: ଆସନ୍ତା ୨୭ ତାରିଖଠାରୁ ସାରା ଓଡ଼ିଶାରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାରେ ତାତି ଅନୁଭୂତ ହେବ। ଆଜି ପଶ୍ଚିମ ଓଡ଼ିଶାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।
ଝାରସୁଗୁଡ଼ାରେ ୪୪.୮, ବଲାଙ୍ଗୀର ଓ ବୌଦ୍ଧରେ ୪୪.୫, ହୀରାକୁଦରେ ୪୩.୮, ଅନୁଗୁଳରେ ୪୩.୭, ସମ୍ବଲପୁରରେ ୪୩.୬, ସୁନ୍ଦରଗଡ଼ରେ ୪୩.୫, ଟିଟିଲାଗଡ଼ରେ ୪୩, ସୋନପୁର ଓ ଭବାନୀପାଟଣାରେ ୪୨.୬, ରାଉରକେଲାରେ ୪୨.୪, ନୂଆପଡ଼ାରେ ୪୨, ବରଗଡ଼ରେ ୪୧, ତାଳଚେରରେ ୪୦.୬, ଫୁଲବାଣୀରେ ୪୦.୫ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ଓ କଟକ ତାପମାତ୍ରା ଯଥାକ୍ରମେ ୩୬.୮ ଓ ୩୬.୬ ଡିଗ୍ରି ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/summer-1.jpg)