ସୁନ୍ଦରଗଡ: ଗୁରୁବାର ରାତି ୯ଟାରେ ସୁନ୍ଦରଗଡ ଟାଉନଥାନା ରାଣୀବଗିଚାରେ କହ୍ନେଇ ନାଗ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ରେଣୁକା ନାଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରୁ ପରଦା ଉଠାଇଛି ପୁଲିସ। ଅସାବଧାନତାଵଶତଃ ଦେଶୀ ଵନ୍ଧୁକରୁ ଗୁଳି ଫୁଟି ଯୁବତୀଙ୍କ ପ୍ରାଣ ନେଇଥିବା ଜଣାଯାଇଛି।

Advertisment

publive-image

ମୃତାଙ୍କ ଭାଇ ଯଶୋବନ୍ତ ନାଗ ଵେଆଇନ ଭାଵେ ରଖିଥିବା ଵନ୍ଧୁକକୁ ସଫା କରୁଥିବା ବେଳେ ଟ୍ରିଗରରେ ହାତ ପଡି ଯାଇ ଗୁଳି ଫୁଟି ସାମ୍ନାରେ ବସିଥିବା ରେଣୁକାଙ୍କ ଛାତିରେ ଗଳି ଯାଇଥିଲା। ଚିତ୍କାର କରି ଅଚେତ ହୋଇଯାଇଥିବା ରେଣୁକାକୁ ପରିବାର ଲୋକେ ଉଦ୍ଧାର କରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଥମେ ପରିଵାର ଲୋକେ ଅଜ୍ଞାତ ବିସ୍ଫୋରଣ କଥା କହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ପରେ ପୁଲିସ ତଦନ୍ତରେ ସତକଥା ସାମ୍ନାକୁ ଆସିଥିଲା। ଭାଇ ଯଶୋଵନ୍ତକୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା ଚଲାଇଛି। ଦେଶୀ ଵନ୍ଧୁକକୁ ପୁଲିସ ଜବତ କରିଛି।