ବିନିକା: ଯୁବ ଅଭିନେତା ଅଭିଜିତ ପୂଜାହାରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ହେବ। ଅଭିଜିତ ପୂଜାହାରୀ ରାଜ୍ୟ ସ୍ମୃତି କମିଟି ଏହା ଆୟୋଜନ କରୁଛି। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ନିକଟ ଟାଉନ ହଲରେ କାର୍ଯ୍ୟକ୍ରମ ହେବ। ଏହି ପରିପ୍ରେକ୍ଷୀରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସହ ସ୍ବାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହେବ। ସ୍ବାସ୍ଥ୍ୟଗତ ସମସ୍ୟା ଭିତରେ ମାଗଣା ସୁଗର, ୱିପି ପରୀକ୍ଷା, ସର୍ଜରୀ, ପେଟରୋଗ, ହାରନିଆ, ହାଇଡ୍ରୋସିଲ ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ଉପରେ ପରାମର୍ଶ ଦିଆଯିବ।
ସ୍ତ୍ରୀ ଓ ପ୍ରସୂତି ଡାକ୍ତର ବେଣୁଧର ପଣ୍ଡା ଓ ସ୍ବରାଜ ନନ୍ଦିନୀ ପାଣ୍ଡେ ଉପସ୍ଥିତ ରହିବେ। ସର୍ବନିମ୍ନ ୫୦ ଜଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ତେଣୁ ଯେଉଁମାନେ ଚାହୁଁଥିବେ ସେମାନେ ତୁରନ୍ତ ନାମ ପଂଜିକରଣ କରିବାକୁ ଅନୁରୋଧ କରାଯାଇଛି। ସ୍ବାସ୍ଥ୍ୟସେବା ପାଇଁ ଓ ରକ୍ତଦାନ ପାଇଁ ୯୫୫୬୩ ୯୧୧୬୩, ୮୧୪୪୨ ୫୭୪୦୬,୯୯୩୭୭ ୩୫୯୮୯ ଯୋଗାଯୋଗ କରି ନାମ ପଞ୍ଜିକରଣ କରାଯିବ। ଅପରାହ୍ନ ୨ଟାରେ ଭଜନ କାର୍ଯ୍ୟକ୍ରମ ବି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/1-4.jpg)