ରାଉରକେଲା: ରାଉରକେଲା ଦେଇ ବୀରମିତ୍ରପୁର ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ବୀରମିତ୍ରପୁରର ମିତ୍ତଲ ବିସ୍କୁଟ କମ୍ପାନିର ମାଲିକ ଦିନନାଥ ମିତ୍ତଲ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ଦିନନାଥ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ କାର ଯୋଗେ ବେଦବ୍ୟାସ ଆସୁଥିଲେ। ସେଠାରେ ଜଣେ ପରିଚିତଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସେ ଆସୁଥିଲେ। ମାତ୍ର ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କ କାର କୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ କାରଟି ଚୁର୍ ମାର ହୋଇ ଯାଇଥିବା ବେଳେ ମିତ୍ତଲ ଗୁରୁତର ଆହତ ହୋଇଥଲେ। ତାଙ୍କୁ ତୁରନ୍ତ ରାଉରକେଲା ଅଣା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଦୁର୍ଘଟଣା ଘଟିଥିବା ଟ୍ରକ୍କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଦିନନାଥ ମିତ୍ତଲଙ୍କ ଅକାଳ ବିୟୋଗରେ ବୀରମିତ୍ରପୁରରେ ଶୋକର ଛାୟା ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/05eee3dd-1874-4d6e-a666-d82f0f612d9d.jpeg)