ସୁଦୃଢ଼ ଯୁବଶକ୍ତି ସମୃଦ୍ଧ ସମାଜର ଏକ ମୁଖ୍ୟ ମାନଦଣ୍ଡ: କ୍ରୀଡ଼ା ମନ୍ତ୍ରୀ

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ସହ ସାକ୍ଷାତ-ଆଲୋଚନା କଲେ ନେହେରୁ ଯୁବକେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ

ଭୁବନେଶ୍ୱର: ସୁଦୃଢ଼ ଯୁବଶକ୍ତି ସମୃଦ୍ଧ ସମାଜର ଏକ ମୁଖ୍ୟ ମାନଦଣ୍ଡ। ଦୃଢ଼ ସଂକଳ୍ପ ଓ ସ୍ୱପ୍ନକୁ ସାକାର କରିବାର ଇଚ୍ଛାକୁ ଆଧାର କରି ରାଜ୍ୟର ପ୍ରଗତିକୁ ଶୀର୍ଷ ସୋପାନରେ ପହଞ୍ଚାଇବାରେ ଯୁବଶକ୍ତି ଏକ ପ୍ରମୁଖ ମାଧ୍ୟମ ହୋଇପାରିବ ବୋଲି ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମତବ୍ୟକ୍ତ କରିଛନ୍ତିା

ଆଜି ସ୍ଥାନୀୟ ରାଜ୍ୟ ଅତିଥି ଭବନଠାରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହ ନେହେରୁ ଯୁବ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ନବୀନ ନାୟକ ଏକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଥିଲାା ଏଥିରେ ରାଜ୍ୟ ଯୁବନୀତିର ସଠିକ ପ୍ରଣୟନ ସହ ନେହେରୁ ଯୁବକେନ୍ଦ୍ର ଅଧୀନରେ ଆସୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲାା ଏଥି ସହିତ ଆଗାମୀ ଦିନରେ ନିଯୁକ୍ତି, ପ୍ରଶିକ୍ଷଣ, ଆତ୍ମରକ୍ଷା, ଦକ୍ଷତା ବିକାଶ, ଦୁଃସାହସିକ କ୍ରୀଡ଼ା ଏବଂ ଉନ୍ନତ କୌଶଳ ମାଧ୍ୟମରେ କିଭଳି ତୃଣମୂଳ ସ୍ତରରୁ ସମସ୍ତ ଯୁବକଯୁବତୀଙ୍କୁ ରାଜ୍ୟର ବିକାଶଧାରାରେ ସାମିଲ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲାା

ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲାସ୍ତରରେ ଯୁବଭବନ ପ୍ରତିଷ୍ଠା ସହ ବିଭିନ୍ନ ଯୁବକଲ୍ୟାଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟ କରିବାକୁ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲାା ଆଗାମୀ ଦିନରେ ଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକଙ୍କୁ ନେଇ ଜିଲ୍ଲାସ୍ତରରେ ଯୁବନୀତିର ସଠିକ୍ କାର୍ଯ୍ୟକାରିତା ନେଇ ବୈଠକ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲାା ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର ଉପଶାସନ ସଚିବ ବିଜୟାନନ୍ଦ ନାୟକ, ବିଭାଗୀୟ ଅଧିକାରୀ ଏବଂ ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ

ସମ୍ବନ୍ଧିତ ଖବର