ରାଉରକେଲା: ରାଉରକେଲାରେ ଜନ୍ମିତ ଯୁବ ଉଦ୍ୟୋଗୀ ଯଶ୍ଦୀପ ସିଂହ ସର୍ବ ଭାରତୀୟ ସ୍ତରରେ ଚମକିଛନ୍ତି। ‘ଟ୍ରାନ୍ସପୋର୍ଟ ସିମ୍ପଲ୍’ ନାମକ ଏକ ଷ୍ଟାର୍ଟ୍ଅପ୍ ସୃଷ୍ଟି କରି ଯାବନବାହନ, ପରିବହନ ସଂପର୍କିତ ସମସ୍ୟାର ସମାଧାନ କରୁଛନ୍ତି। ଏହି ଆପ୍ ମାଧ୍ୟମରେ ପରିବହନରେ ସଂଶ୍ଲିଷ୍ଟ ବ୍ୟକ୍ତି, ଯାନବାହନ ମାଲିକ ବହୁମାତ୍ରାରେ ଉପକୃତ ହେଉଛନ୍ତି। ଗତ ଦୁଇ ବର୍ଷ ଭିତରେ ଯଶ୍ଦୀପ ଏକାଧିକ ଉପଲବ୍ଧି ହାସଲ କରିସାରିଲେଣି।
ଏବେ ସେ ଦେଶର ଶ୍ରେଷ୍ଠ ଶହେ ଜଣ ଶିଖ୍ ଯୁବକଙ୍କ ମଧ୍ୟରେ ଅନ୍ୟତମ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ପ୍ରଭଲିନ୍ ସିଂହଙ୍କ ଦ୍ୱାରା ଲିଖିତ ‘ସାଇନିଂ ଶିଖ୍ ୟୁଥ୍ ଅଫ ଇଣ୍ଡିଆ’ ନାମକ ଏକ ପୁସ୍ତକରେ ଯଶ୍ଦୀପ ସ୍ଥାନିତ ହୋଇଛନ୍ତି। ଏହି ପୁସ୍ତକକୁ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉନ୍ମୋଚନ କରିଥିଲେ। ପୁସ୍ତକରେ ଦେଶର ଶହେ ଜଣ ଶିଖ୍ ଯୁବକଙ୍କ ପ୍ରେରଣାଦାୟୀ କାହାଣୀ ରହିଛି।
/sambad/media/post_attachments/wp-content/uploads/2021/09/c31e66f7-c7d4-42e7-8340-d26fa217b9ee.jpg)
ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଥିବା ତଥା ଯୁବ ସମାଜ ପାଇଁ ଆଦର୍ଶ ପାଲଟିଥିବା ଯୁବକଙ୍କ ସଫଳତା ବର୍ଣ୍ଣନା କରୁଥିବା ଏହି ପୁସ୍ତକରେ ସ୍ଥାନ ପାଇବା ପରେ ଯଶ୍ଦୀପଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରକାଶଥାଉକି, ଯଶ୍ଦୀପ ହେଉଛନ୍ତି ଶିଳ୍ପପତି ଇ. ହରଦୀପ୍ ସିଂହ ଓ ଶିକ୍ଷୟତ୍ରୀ ଜସବୀର କୌରଙ୍କ ପୁଅ। ଯୁବ ଉଦ୍ୟୋଗୀ ଯଶଦୀପ ସିଂ ମଧ୍ୟ ଦେଶର ରାଜଧାନୀ ଦିଲ୍ଲୀର ଜ୍ୟୋତି ଶିଖ୍ ଯୁବ ଯୁବକଙ୍କ ପୁସ୍ତକ ଉନ୍ମୋଚନ ସମାରୋହରେ ଅଂଶଗ୍ରହଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ଉତ୍ସାହିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/8a0cbc5e-3105-42d8-8997-892f67eb8c37.jpg)