ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧାର ଜଣାଶୁଣା ବ୍ୟବସାୟୀ ମଦନରାମ ଅଗ୍ରୱାଲଙ୍କ ପୁତ୍ର ଲୋକେଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଛି।
/sambad/media/post_attachments/wp-content/uploads/2023/05/KHordha-Accident-car-Lokesh-ram-agrawal-2.jpeg)
ଆଜି ମଧ୍ୟାହ୍ନରେ ଲୋକେଶ ନିଜର କାର (ଓଡି ୦୨ ସିବି ୩୦୪୪)ରେ ଦଧିମାଛଗାଡ଼ିଆ ନିକଟରେ ଥିବା ନିଜ ପେଟ୍ରୋଲ୍ ପମ୍ପରୁ ଖୋର୍ଦ୍ଧା ଫେରୁଥିଲେ। ପେଟ୍ରୋଲ୍ ପମ୍ପର ଅନତୀ ଦୂରରେ ହିଁ ଜାତୀୟ ରାଜପଥରେ ଯାଉଥିବା ଅନ୍ୟ ଏକ ମାଲବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲେ। ଧକ୍କାର ବେଗ ଏତେ ତୀବ୍ର ଥିଲା ଯେ କାରର ସମ୍ମୁଖ ଭାଗ ଚୂରମାର ହୋଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଲୋକେଶଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/KHordha-Accident-car-Lokesh-ram-agrawal-1.jpeg)