ଶୋଇଥିବା ବେଳେ ୫ଫୁଟର ସାପ କାମୁଡ଼ି ଦେଲା: ଯୁବତୀଙ୍କ ମୃତ୍ୟୁ, ସାପକୁ ଉଦ୍ଧାର କରାଗଲା

ଚାନ୍ଦବାଲି: ମୃତ୍ୟୁ  ଏମିତି ବି ଆସେ।  ପରିବାର ଲୋକଙ୍କ ମଧ୍ୟରେ ଶୋଇଥିବା ବେଳେ ଚାନ୍ଦବାଲି ଏନଏସି ଅନ୍ତର୍ଗତ କୁଆଁରସର ଗାଁର ପ୍ରଭାକର ପଣ୍ଡାଙ୍କ ଝିଅ ଲୋପିତା ପଣ୍ଡା(୨୧) ଗତକାଲି ରାତିରେ ଏକ ବିରାଟ ନାଗ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  ଘର ଚଟାଣରେ  ବାପାଙ୍କ ନିକଟରେ ଶୋଇଥିବା ବେଳେ  ରାତି ପ୍ରାୟ ଗୋଟାଏ ସମୟରେ ଏକ ପାଞ୍ଚ ଫୁଟ ଲମ୍ବା ନାଗ କାମୁଡ଼ି ଦେଇଥିଲା।

ସଂଗେସଂଗେ ତାଙ୍କୁ ପରିବାର ଲୋକେ ଚାନ୍ଦବାଲି ମେଡିକାଲ ଓ ପରେ ଭଦ୍ରକ ମେଡିକାଲ ନେଇଥିଲେ।  ସେଠାରେ ଡାକ୍ତର ଲୋପିତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ପଟେ ଘର ଭିତରେ  ବିରାଟକାୟ ସାପକୁ ଧରିବା ପାଇଁ ସାପଧରାଳୀ ଡାକି ବିରାଟକାୟ ନାଗକୁ ଘରମଧ୍ୟରୁ ଉଦ୍ଧାର କରି ଏକ ଡେ଼କଚି ମଧ୍ୟରେ ରଖିଛନ୍ତି। ପରିବାର ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଛନ୍ତି। ଯୁବତୀଙ୍କ ମୃତ୍ୟୁ ସମ୍ବାଦ ପାଇବା ପରର ଘରେ କାନ୍ଦ ବୋବାଳି ପଡ଼ିଛି।

 

ସମ୍ବନ୍ଧିତ ଖବର

Comments are closed.