ଭୁବନେଶ୍ୱର : ସ୍ଥାନୀୟ ଇନଫୋସିଟି ଗଲ୍ଫ କ୍ଲବଠାରେ ୟଙ୍ଗ ଇଣ୍ଡିଆନ୍ସ(ୱାଇଆଇ) ଭୁବନେଶ୍ୱର ଚାପ୍ଟରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ସିଆଇଆଇର ଭାଇସ୍ ଚେୟାରମ୍ୟାନ ଟାଟା ଷ୍ଟିଲ୍(ଏସ୍ଇଜେଡ୍)ର ଏମ୍ଡି ଅରୁଣ ମିଶ୍ର ଉଦ୍ଘାଟନ କରିଥିଲେ। ୟଙ୍ଗ ଇଣ୍ଡିଆନ୍ସ ରିଜିଓନାଲ ଚେୟାରମ୍ୟାନ୍ ଓ ଇଶ୍ୱର ସଫ୍ଟଓୟାରର ପ୍ରତିଷ୍ଠାତା ଅବନୀଶ ନାୟକ, ୱାଇଆଇ ଭୁବନେଶ୍ୱର ଚାପ୍ଟର ଓ ଏସ୍ଜେ ଡେଭଲପର୍ସର ଡାଇରେକ୍ଟର ମାତୃଦତ୍ତ ମିଶ୍ର, ୱାଇଆଇ ଭୁବନେଶ୍ୱର ଚାପ୍ଟର କୋ-ଚେୟାରମ୍ୟାନ୍ ତପେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ପୁରସ୍କାରପ୍ରାପ୍ତ ଓ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଥିବା ଆଶିଷ ବିଦ୍ୟାର୍ଥୀ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜସ୍ଥାନ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ଏହି ବାର୍ଷିକ ଉତ୍ସବ ଅବସରରେ ୱାଇଆଇର ନବନିଯୁକ୍ତ ପ୍ରତିନିଧି ମଧ୍ୟ ଚୟନ କରାଯାଇଥିଲା। ଚଳିତ ବର୍ଷ ୨୦୧୮-୧୯ର ଚେୟାର ଭାବେ ତତ୍ୱ ଟେକ୍ନଲୋଜି ଲିଃର ସିଇଓ ତପେନ୍ଦ୍ର ସେନାପତି ଓ କୋ-ଚେୟାର ଭାବେ ପିଜିଏଲ୍ ଗ୍ରୁପ୍ର ଡାଇରେକ୍ଟର କମଳ ସୀତାରାମ ଅଗ୍ରୱାଲ ଦାୟିତ୍ୱ ଗ୍ରହଣ କରିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/young-India-photo.jpg)