ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତାଳପଦା ପଞ୍ଚାୟତ ମୁଣ୍ଡାସାହିରେ ଧାନ ଅମଳ ଚାଲିଥିବା ବେଳେ ଥ୍ରେସର ମେସିନର ବେଲ୍‌ଟରେ ଚାପି ହୋଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନେତ ମୁଣ୍ଡାଙ୍କ ଝିଅ ରାଇମିନି ମୁଣ୍ଡା (୨୮)। ଗତକାଲି ରାତି ପ୍ରାୟ ୯ଟାବେଳେ ଥ୍ରେସର ମେସିନରେ ଧାନ ଅମଳ କରାଯାଉଥିଲା। ରାଇମିନି ଏଥିରେ ନିୟୋଜିତ ହୋଇଥିଲେ। ଅସାବଧାନତା ଯୋଗୁଁ ଥ୍ରେସର ମେସିନ ବେଲ୍ଟରେ ଟାଣି ହୋଇ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ଚପାଇବାକୁ ରାତି ୩ଟାବେଳେ ଶବଦାହ କରାଯାଇଛି। ଘଟଣା ସମ୍ପର୍କରେ ତେଲକୋଇ ପୁଲିସକୁ ପଚାରିବାରୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା କୁହାଯାଇଛି।