କମ୍ପ୍ୟୁଟ୍‌ର କ୍ଲାସ କରିବେ କହି ଘରୁ ବାହାରିଥିଲେ ଯୁବତୀ, ବୈତରଣୀ ପୋଲରୁ ଡେଇଁ ନିଖୋଜ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ରାଜକନିକାକୁ ସଂଯୋଗ କରୁଥିବା ବୈତରଣୀ ବ୍ରିଜ୍ ଓପରୁ ଡେଇଁ ଆଜି ଜଣେ ଯୁବତୀ ନିଖୋଜ ହୋଇଯାଇଛନ୍ତି। ଯୁବତୀ ଜଣକ ଘର ଧାମରା ଜାଗୁଳା ଅଞ୍ଚଳର। ରାଜକନିକା ବୁରୁଡ଼ିଆ ମାମୁଁଙ୍କ ଘରେ ରହି ପାଠ ପଢୁଥିଲେ। ଆଜି ସଖାଳେ ଚାନ୍ଦବାଲିରେ କମ୍ପ୍ୟୁଟର କ୍ଲାସ୍ କରିବେ କହି ଘରୁ ବାହାରିଥିଲେ। ହେଲେ ସମୟ ୧୨ଟା ବେଳେ ବୈତରଣୀ ବ୍ରିଜ୍‌ ଉପରେ ସାଇକେଲ ଓ ବ୍ୟାଗ ରଖି ବ୍ରିଜ୍ ଉପରୁ ତଳକୁ ଡେଇଁ ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ବ୍ୟାଗରେ +୨ ସାର୍ଟିଫିକେଟ ସହିତ ଆଉ କିଛି କାଗଜ ଏକ ବ୍ୟାଙ୍କ ପାସବୁକ ରହିଛି।

ତେବେ ଖବର ପାଇ ରାଜକନିକା ଦମକଳ ବାହିନୀ ଓ ଚାନ୍ଦବାଲି ଦମକଳ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନି। ରାଜକନିକା ପୁଲିସ୍ ଝିଅଟିର ସାଇକେଲ ଓ ବ୍ୟାଗକୁ ତାଙ୍କ ମାମୁଁ ଚିହ୍ନଟ କରିବାପରେ ଥାନାକୁ ନେଇଛନ୍ତି। ତାଙ୍କ ମାମୁଁଙ୍କୁ ମଧ୍ୟ ଥାନାକୁ ଡ଼କାଇଛନ୍ତି। କେଉଁ ପରିସ୍ଥିତିରେ ବ୍ରିଜ୍‌ରୁ ଡେଇଁଲେ ତାହା ଜଣାପଡିନାହିଁ। ଏନେଇ ଅଗ୍ନିଶମ ବାହିନୀର ଅଧିକାରୀ କହିଛନ୍ତି. କୁମ୍ଭୀରିଆ ନଦୀ ସତର୍କତାର ସହିତ ଖୋଜାଚାଲିଛି। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ମିଳିପାରିନି।

ସମ୍ବନ୍ଧିତ ଖବର