ଭୁବନେଶ୍ବର : ଭାରତର ଜାତୀୟ ରାଜନୀତିରେ ଦିନକୁ ଦିନ ନୂଆ ନୂଆ ଯୁବ ଚେହେରା ଆସୁଥିବାବେଳେ ଓଡ଼ିଶା ସେ କ୍ଷେତ୍ରରେ ପଛରେ ପଡ଼ିବା ପରି ଲାଗୁଛି । ଜାତୀୟ ରାଜନୀତିରେ ଯୁବନେତାମାନେ ନୂଆ ଉତ୍ସାହ ଓ ଶକ୍ତି ନେଇ ମଙ୍ଗ ସମ୍ଭାଳୁଥିବାବେଳେ ଓଡ଼ିଶାରେ ରାଜନୀତିରେ ମୁଖ୍ୟତଃ ପୁରୁଖା ଓ ଅଭିଜ୍ଞ ନେତାଙ୍କ ପ୍ରାଧାନ୍ୟ ରହିଛି । ଏଠାରେ ପ୍ରଶ୍ନ ଉଠେ, କଣ ଓଡ଼ିଶା ଯୁବ ନେତା ତିଆରି କରିବାରେ ପଛରେ ପଡ଼ିଯାଇଛି ?
ଜାତୀୟ ରାଜନୀତିରେ ସକ୍ରିୟ ଥିବା ଯୁବ ନେତାମାନେ କିଏ ବୋଲି ଯଦି ପ୍ରଶ୍ନ କରାଯାଏ ତେବେ ଆପଣ ତେଜସ୍ବୀ ଯାଦବ, ଆଦିତ୍ୟ ଠାକରେ, ତେଜସ୍ବୀ ସୂର୍ଯ୍ୟ, ରାମମୋହନ ନାଇଡୁ, ରାଘବ ଚଢା, ଅତିସୀ ମାର୍ଲେନା, ପୁଷ୍କର ସିଂ ଧାମି ଆଦିଙ୍କ ନାମ ନେବେ । ପୁଣି ଯଦି ଆମେ ସର୍ବୋଚ୍ଚ ବୟସସୀମାକୁ ୫୫ ବର୍ଷ ପର୍ଯ୍ୟନ୍ତ ବଢାଇଦେବା ତେବେ ଏହି ତାଲିକାରେ ରାହୁଲ ଗାନ୍ଧି, ଯୋଗୀ ଆଦିତ୍ୟନାଥ, ରେବନ୍ତ ରେଡ୍ଡି, ଜଗନମୋହନ ରେଡ୍ଡି, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନାମ ଆସିପାରିବ । ଅବଶ୍ୟ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିଜର ବଂଶଗତ ରାଜନୀତିରେ ସବାର ହୋଇ ରାଜନୀତିକୁ ଆସିଛନ୍ତି, କିନ୍ତୁ କେତେକ ନିଜସ୍ବ ସଂଘର୍ଷରେ ତୃଣମୂଳ ସ୍ତରରୁ ଉପରକୁ ଉଠିଛନ୍ତି ।
କିନ୍ତୁ ଓଡ଼ିଶାର ରାଜନୀତିରେ ସକ୍ରିୟ ଥିବା ଯୁବ ନେତାମାନେ କିଏ ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ହାତଗଣତିଙ୍କୁ ଛାଡ଼ିଦେଲେ ନିରାଶ ହେବାକୁ ହେବ । ଓଡ଼ିଶାର ତିନି ମୁଖ୍ୟ ରାଜନୈତିକ ଦଳର ସଭାପତି ମାନେ ହେଉଛନ୍ତି ପୁରୁଖା ନେତା । ଉଭୟ ପିସିସି ସଭାପତି ଭକ୍ତଦାସ ଓ ବିଜେପି ସଭାପତି ମନମୋହନ ସାମଲଙ୍କ ବୟସ ୬୬ ବର୍ଷ ହୋଇଥିବାବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବୟସ ୭୮ ବର୍ଷ। ଅବଶ୍ୟ ରାଜନୈତିକ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଯୁବନେତା ବର୍ଗର ରଖାଯାଇପାରିବ ।
କିନ୍ତୁ ଓଡ଼ିଶା ରାଜନୀତିରେ ୩୦ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ନେତାଙ୍କ ସଂଖ୍ୟା ହାତଗଣତି ବୋଲି କୁହାଯାଇପାରିବ । ରାଜ୍ୟ କ୍ୟାବିନେଟରେ ଥିବା ସୂର୍ଯ୍ୟବଂଶୀ ସୂରଜ, ସଂପଦ ସ୍ବାଇଁଙ୍କୁ ଯୁବ ନେତା ବୋଲି କୁହାଯାଇପାରିବ । ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ଓ ଉପାସନା ମହାପାତ୍ର ମଧ୍ୟ ରାଜ୍ୟ ରାଜନୀତିରେ ଜଣେ ଲୋକପ୍ରିୟ ଯୁବ ଚେହେରା ।
କିନ୍ତୁ ଓଡ଼ିଶା ରାଜନୀତିରେ ୩୦ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ନେତାଙ୍କ ସଂଖ୍ୟା ହାତଗଣତି ବୋଲି କୁହାଯାଇପାରିବ । ରାଜ୍ୟ କ୍ୟାବିନେଟରେ ଥିବା ସୂର୍ଯ୍ୟବଂଶୀ ସୂରଜ, ସଂପଦ ସ୍ବାଇଁଙ୍କୁ ଯୁବ ନେତା ବୋଲି କୁହାଯାଇପାରିବ । ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ଓ ଉପାସନା ମହାପାତ୍ର ମଧ୍ୟ ରାଜ୍ୟ ରାଜନୀତିରେ ଜଣେ ଲୋକପ୍ରିୟ ଯୁବ ଚେହେରା । ସେହିପରି ବିଜେଡିରେ ବି କେତେକ ଯୁବ ଚେହେରା ଅଛନ୍ତି, କିନ୍ତୁ ଦଳୀୟ ବ୍ୟାପାରେ ସେମାନଙ୍କ ଭୂମିକା ଗୌଣ ବୋଲି କୁହାଯାଇପାରେ । କିଛି ବର୍ଷ ପୂର୍ବେ ପ୍ରଦୀପ ମାଝି ତରୁଣ ଅବସ୍ଥାରେ ରାଜନୀତିରେ ପ୍ରବେଶ କରି ନୂଆ ସମ୍ଭାବନା ସୃଷ୍ଟି କରିଥିଲେ, କିନ୍ତୁ ଏବେ ସେ ରାଜ୍ୟ ରାଜନୀତିରୁ ନିଖୋଜ ହେବା ପରି ଲାଗୁଛି । କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ରାଜ୍ୟର ଜଣେ ସଫଳ ଯୁବନେତା ବୋଲି କୁହାଯାଇପରିବ, ଯିଏକି ଜାତୀୟ ସ୍ତରରେ ବି କିଛିଟା ନାଁ କମାଇଛନ୍ତି।
କିନ୍ତୁ ଏଠାରେ ଲକ୍ଷ୍ୟ କରିବାର କଥା ଯେ ଓଡ଼ିଶାର ଯେଉଁ ଯୁବ ନେତାମାନଙ୍କ ବିଷୟରେ ଆମେ ଆଲୋଚନା କଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରାଧିକାର ସୂତ୍ରରେ ରାଜନୀତିକୁ ଆସିଥିଲେ । ନିଜେ ସଂଘର୍ଷ କରି ତୃଣମୂଳ ସ୍ତରରୁ ଉଠିଥିବା ଓଡ଼ିଶା ଯୁବନେତାଙ୍କ ସଂଖ୍ୟା କମ । ଏହିପରି ଜଣେ ସମ୍ଭାବନା ସୃଷ୍ଟିକରିଥିବା ଯୁବନେତ୍ରୀ ହେଉଛନ୍ତି କଟକ ମୁନିସିପାଲ କର୍ପୋରେସନର ଡେପୁଟି ମେୟର ଦମୟନ୍ତୀ ମାଝି, ଯିଏକି ମାତ୍ର ୨୧ ବର୍ଷରେ ସିଏମସି କର୍ପୋରେଟର ହୋଇଥିଲେ ।
କିନ୍ତୁ ଏଠାରେ ଲକ୍ଷ୍ୟ କରିବାର କଥା ଯେ ଓଡ଼ିଶାର ଯେଉଁ ଯୁବ ନେତାମାନଙ୍କ ବିଷୟରେ ଆମେ ଆଲୋଚନା କଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରାଧିକାର ସୂତ୍ରରେ ରାଜନୀତିକୁ ଆସିଥିଲେ । ନିଜେ ସଂଘର୍ଷ କରି ତୃଣମୂଳ ସ୍ତରରୁ ଉଠିଥିବା ଓଡ଼ିଶା ଯୁବନେତାଙ୍କ ସଂଖ୍ୟା କମ । ଏହିପରି ଜଣେ ସମ୍ଭାବନା ସୃଷ୍ଟିକରିଥିବା ଯୁବନେତ୍ରୀ ହେଉଛନ୍ତି କଟକ ମୁନିସିପାଲ କର୍ପୋରେସନର ଡେପୁଟି ମେୟର ଦମୟନ୍ତୀ ମାଝି, ଯିଏକି ମାତ୍ର ୨୧ ବର୍ଷରେ ସିଏମସି କର୍ପୋରେଟର ହୋଇଥିଲେ ।
ଏଠାରେ ପ୍ରଶ୍ନ ଉଠେ କାହିଁକି ଅଧିକ ସଂଖ୍ୟକ ଯୁବ ନେତା ସୃଷ୍ଟି କରିପାରୁନାହିଁ ଓଡ଼ିଶା ? କଣ ଓଡ଼ିଶାର ଯୁବପିଢି ରାଜନୀତିକୁ ଆସିବାକୁ ଆଗ୍ରହ ଦେଖାଉନାହାନ୍ତି ? ଏହାର ଏକାଧିକ କାରଣ ରହିଛି । ବିଜୁ ଜନତା ଦଳର ଦୀର୍ଘ ବର୍ଷର ଶାସନ କାଳରେ କ୍ୟାମ୍ପସ ରାଜନୀତି ପ୍ରାୟତଃ ବନ୍ଦ ଥିଲା । କ୍ୟାମ୍ପସ ରାଜନୀତିରୁ ହିଁ ଯୁବ ନେତା ବାହାରନ୍ତି । କିନ୍ତୁ କଲେଜ ନିର୍ବାଚନ ବନ୍ଦ ଥିବାରୁ ରାଜନୀତିକୁ ଯୁବପିଢି ଆସିବାର ପ୍ରଥମ ସୋପାନଟି ହିଁ ବନ୍ଦ ହୋଇଯାଇଥିଲା । ଆଉ ଏକ କାରଣ ହେଉଛି ଯୁବନେତାମାନଙ୍କୁ କେବଳ ଦଳର ଯୁବ ସାମୁଖ୍ୟରେ ହିଁ ସୀମିତ ରଖିଦିଆଯାଉଛି ଓ ମୁଖ୍ୟଧାରା ରାଜନୀତିକୁ ଆସିବାକୁ ଓ ବଡ଼ ଦାୟିତ୍ବ ଗ୍ରହଣ କରିବାକୁ ସୁଯୋଗ ଦିଆଯାଉନାହିଁ । ଆଉ ଏକକାରଣ ହେଲା ନିଜର ପେଟପାଟଣା ଛାଡ଼ି ରାଜନୀତିକୁ କ୍ୟାରିୟର କରିବାର ରିସ୍କ ଓଡ଼ିଶା ପରି ଏକ ଗରିବ ରାଜ୍ୟର ଯୁବପିଢି ନେଇପାରୁନାହାନ୍ତି । କିନ୍ତୁ ଏହା ମଧ୍ୟ ସତ ଯେ ରାଜ୍ୟକୁ ଆଗକୁ ନେବାକୁ ହେଲେ ଯୁବପିଢିକୁ ଆଗକୁ ଆସିବାକୁ ପଡ଼ିବ ଓ ସବୁ ରାଜନୈତିକ ଦଳ ଏଥିପାଇଁ ଉଦ୍ୟମ କରିବା ଆବଶ୍ୟକ ।