ଭୁବନେଶ୍ବର : ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା କଟକ ଚୌଦ୍ବାରର ଉଚ୍ଚ ଶିକ୍ଷିତ ଯୁବ ବିଧାୟକ ସୌଭିକଙ୍କ ନିଆରା ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ୧୫ ମେ ରବିବାର ସମ୍ବାଦ 'ରାଜଧାନୀ ରାଜନୀତି' ସ୍ତମ୍ଭରେ ଉକ୍ତ ବାହାଘର ନେଇ ସୂଚନା ପ୍ରକାଶ ପାଇବା ପରେ ନିଜନିଜ ପ୍ରତିକ୍ରିୟାରେ 'ସୌଭିକଙ୍କ ନିଷ୍ପତ୍ତି ଯୁବବର୍ଗ ମଧ୍ୟରେ ସମାଜ ସଂସ୍କାର କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବ’ ବୋଲି ଏକାଧିକ ପାଠକ ଆଶା ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2022/05/sss-fff-281x300.jpg)
ସମ୍ଭାବ୍ୟ ସାମାଜିକ ପ୍ରତିବନ୍ଧକ ଓ ସମାଲୋଚନାକୁ ଭ୍ରୂକ୍ଷେପ ନକରି ଧାରାର ପ୍ରତିକୂଳରେ ଯାଇ ନିଜ ସ୍କୁଲ୍ ବାନ୍ଧବୀଙ୍କୁ (ପୂର୍ବରୁ ଥରେ କନ୍ୟାଜଣକ ବିବାହ ବିଚ୍ଛେଦ ଭୋଗିଥିବା ସତ୍ତ୍ୱେ) ଗ୍ରହଣ କରି ବିଧାୟକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ ସ୍ତ୍ରୀ' ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଉକ୍ତ ନବବଧୂଙ୍କ ପ୍ରଥମ ବିବାହ ଅତି ଅଳ୍ପଦିନର ଥିଲା। ତେଣୁ ତାଙ୍କର ଝିଅଟିଏ ଥିବା ଖବରରେ ସତ୍ୟତା ନଥିବା ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/souvic-biswal.jpg)