ରାଉରକେଲା: ଗଞ୍ଜେଇ ଚୋରାଚାଲାଣ କରିବାକୁ ଟ୍ରେନ୍କୁ ଜଗି ରହିଥିଲେ। ତେବେ ଅଭିଯୁକ୍ତ ଟ୍ରେନ୍ରେ ଚଢ଼ିବା ପୂର୍ବରୁ ତାକୁ କାବୁ କରିନେଇଥିଲା ଆର୍ପିଏଫ୍। ଗିରଫ ଅିଯୁକ୍ତ ହେଉଛି ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ରାଜନଗର ଖଣ୍ଡୁଆର ରବି ନାୟକ(୨୩)। ଅଭିଯୁକ୍ତ ପାଖରୁ ୬ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ତାକୁ କୋର୍ଟଚାଲାଣ କରାଯାଇଛି।
ଅଭିଯୁକ୍ତ ରବି ଝାଡ଼ଖଣ୍ଡରୁ ଟାଟାକୁ ଗଞ୍ଜେଇ ଚାଲାଣ ପାଇଁ ବ୍ୟାଗ୍ରେ ଗଞ୍ଜେଇ ଭର୍ତ୍ତି କରି ଘରୁ ବାହାରିଥିଲା। ଝାଡ଼ଖଣ୍ଡରୁ ବସ୍ରେ ଆଜି ସକାଳେ ସେ ରାଉରକେଲାରେ ପହଞ୍ଚିବାପରେ ରେଲୱେ ଷ୍ଟେସନକୁ ଯାଇଥିଲା। ସେଠାରେ ଡ୍ରେନ୍କୁ ଜଗିରହିଥିଲା। ତେବେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାରେ ଥିବା ଆର୍ପିଏଫ୍ ଯବାନଙ୍କ ନଜରରେ ଆସିଯାଇଥିଲା। ଅଭିଯୁକ୍ତର ଗତିବିଧି ସନ୍ଦେହଜନକ ହେବାରୁ ଆର୍ପିଏଫ୍ ଯବାନ ପଚରାଉଚରା କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଦେଇପାରିନଥିଲା ଅଭିଯୁକ୍ତ। ବ୍ୟାଗ୍ ଯାଞ୍ଚ କରିବାରୁ ଗଞ୍ଜେଇ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା। ପରେ ରାଉରକେଲା ଅବକାରୀ ପୁଲିସକୁ ହସ୍ତାନ୍ତର କରାଯିବାପରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି।