ରାଉରକେଲା: ଉଦିତନଗରସ୍ଥିତ ଶାନ୍ତି ମେମୋରିଆଲ କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏଚ୍.ଏ. ଖାନ୍ଙ୍କ ନାଁରେ ସୋସିଆଲ ମିଡିଆରେ ମିଛ ପ୍ରଚାର କରିବା ଜଣେ ଯୁବକକୁ ମହଙ୍ଗା ପଡିଛି। ଉଦିତନଗର ପୁଲିସ ବାସନ୍ତି କଲୋନିର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ଡାକ୍ତର ଖାନ୍ଙ୍କର ମିଛ ମୃତ୍ୟୁ ଖବରକୁ ନେଇ ଗତ କିଛି ତିନ ତଳେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକୁ ନେଇ ସହରରେ ବେଶ୍ ଚର୍ଚ୍ଚା ହୋଇଥିଲା। ଶାନ୍ତି ମେମୋରିଆଲ କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଆଜି ବାସନ୍ତୀ କଲୋନିରୁ ଯୁବକ ଜଣକୁ ଗିରଫ କରିଥିଲା।
ଡାକ୍ତରଙ୍କ ନାଁରେ ଅପପ୍ରଚାର, ବନ୍ଧା ହେଲେ ଯୁବକ
/sambad/media/post_attachments/wp-content/uploads/2021/05/jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)