ବ୍ରହ୍ମପୁର: ସୋସିିଆଲ୍‌ ମିଡିଆର ଦୁରୁପଯୋଗ କରି ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଜଣେ ମହିଳାଙ୍କ ଚରିତ୍ର ସଂହାର ଉଦ୍ୟମ କରିିଥିବା ଅଭିିଯୋଗରେ ଆଜି ଜଣେ ଯୁବକକୁ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଗିରଫ କରିିଛି। ସେ ହେଲା, ଆଶିଷ ପାଢ଼ୀ (୨୬), ଘର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠନଗର ଡାକଘର ନିକଟ ମଞ୍ଜରୀନଗରରେ। ସେ ରାମଲିଂଗମ୍ ପାର୍କ ନିକଟ ମୟୁରୀ ଟାୱାର୍‌ ସ୍ଥିତ ଏକ ସାଇବର କାଫେରେ ଥିବା କମ୍ପ୍ୟୁଟର୍ ବ୍ୟବହାର କରି ଏଭଳି ଅପରାଧ ଘଟାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଉକ୍ତ କମ୍ପ୍ୟୁଟର୍ ସହ ଅଭିଯୁକ୍ତର ମୋବାଇଲ୍ ପୁଲିସ ଜବତ କରିଥିବା ବେଳେ ଆଜି ଗିରଫ ପରେ ତା’କୁ କୋର୍ଟଚାଲାଣ କରାଯାଇଥିବା ନେଇ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌.ପି. ଡା.ଶରବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି। ଏଥିସହ ଏଭଳି ଅପରାଧ ରୋକିବା ପାଇଁ କାଫେକୁ ଯାଉଥିବା ଗ୍ରାହକଙ୍କ ଠିକଣା ଏବଂ ମୋବାଇଲ୍ ନମ୍ବରକୁ ଟିପି ରଖିବାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ସହରର ସମସ୍ତ କାସାଇବର କାଫ ମାଲିକଙ୍କୁ ଏସ୍‌.ପି. ପରାମର୍ଶ ଦେଇଛନ୍ତି।