ମହିଳା ଗୃହରକ୍ଷୀଙ୍କୁ ଦୁର୍ବ୍ୟବହାର କରି ଯୁବକ ଗିରଫ

ପାଣିକୋଇଲି : ପାଣିକୋଇଲି ବଜାରରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଜନୈକ ମହିଳା ଗୃହରକ୍ଷୀଙ୍କୁ ଦୁର୍ବ୍ୟବହାର କରି ଜଣେ କାର୍‌ ଚାଳକ ଗିରଫ ହୋଇଛି। ଅଭିଯୁକ୍ତ କାର୍‌ ଚାଳକ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଡିହ ଗ୍ରାମର ବାଙ୍କ ବିହାରୀ ବେହେରାଙ୍କ ପୁଅ ନରୋତ୍ତମ ଓରଫ ଅନାମ(୩୬)।

ଅଭିଯୋଗ ଅନୁଯାୟୀ, ପାଣିକୋଇଲି ଥାନାର ମହିଳା ଗୃହରକ୍ଷୀ ପଦ୍ମାବତୀ ସାହୁ ଆଜି ପାଣିକୋଇଲି ଛକରେ ଡ୍ୟୁଟି କରୁଥିଲେ। ଏହି ସମୟରେ ଅଭିଯୁକ୍ତ ଅନାମ ଛକ ଉପରେ ବେଆଇନ ଭାବେ କାର୍‌ ପାର୍କିଂ କରିବା ସହ ମୋବାଇଲ ଫୋନରେ ଗପିଥିଲା। ଗୃହରକ୍ଷୀ ପଚାରିବାରୁ ଅଭିଯୁକ୍ତ ତାଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିଲା। ଗୃହରକ୍ଷୀ ଜଣକ ଅପମାନିତ ହୋଇଥିଲେ ମଧ୍ୟ ସାହସର ସହ ଅଭିଯୁକ୍ତକୁ ଅଟକାଇ ପିସିଆରକୁ ଖବର ଦେଇଥିଲେ। ଏନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି କାର୍‌ ନମ୍ବର ଓଡି-୦୬ଏଫ-୨୨୭୫ କୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ୮୫/୨୧ରେ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର