ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଣେ ନାବାଳିକାଙ୍କୁ ସୋସିଆଲ ମିଡ଼ିଆରେ ବ୍ଲାକମେଲ କରୁଥିବା ଅଭିଯୋଗରେ ଟାଉନ ଥାନା ପୁଲିସ ନୟାଗଡ଼ ଜିଲ୍ଲା ପୋଇବାଡ଼ି ଗାଁର ଜିତେନ୍ଦ୍ର ବେହେରା (୨୬ବର୍ଷ) ନାମକ ଜଣେ ଯୁବକକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜିତେନ୍ଦ୍ର ସୋସିଆଲ ମିଡ଼ିଆରେ ନିଜକୁ ଝିଅ ପରିଚୟ ଦେଇ ଉକ୍ତ ନାବାଳିକାକୁ ଅଶ୍ଳୀଳ ଫଟୋ ଭିଡ଼ିଓ ମେସେଜ କରି ବ୍ଲାକମେଲ କରୁଥିଲା। ଏ ସଂପର୍କେରେ ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ତାଙ୍କ ବାପା ଏନେଇ ଭବାନୀପାଟଣାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦେଶରେ ପୁଲିସ ଫୋନ ଟ୍ରାକ୍ କରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୋଇବାଡ଼ି ଗ୍ରାମରୁ ଜିତେନ୍ଦ୍ରକୁ ଗିରଫ କରିଥିଲା। ଅଭିଯୁକ୍ତ ପୂର୍ବରୁ ବି ଅନେକ ଝିଅଙ୍କୁ ଏଭଳି ମେସେଜ କରି ହଇରାଣ କରିବା ସହ ବ୍ଲାକମେଲ କରିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ଆଇଆଇସି ସତ୍ୟକୁମାର ନନ୍ଦ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ।