ଯୁବତୀଙ୍କୁ ପ୍ରତାରଣା, ଯୁବକ ଗିରଫ

କବାଟବନ୍ଧ : ଯୁବତୀଙ୍କୁ ପ୍ରତାରଣା ଓ ନିର୍ଯାତନା ଅଭିଯୋଗରେ ଜେନାପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ବରୀ ଥାନା ଚଟୁମାରି ଗ୍ରାମର ଅମୂଲ୍ୟ ମଲିକ (୨୪)। ଅମୂଲ୍ୟ ଦୁଇବର୍ଷ ହେଲା ଜେନାପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତାଙ୍କୁ ଅପହରଣ କରି ଜଣେ ସଂପର୍କୀୟଙ୍କ ଘରେ ୬ ମାସ ରଖିଥିଲେ। ପରେ ନିଜଘରକୁ ନେଇ ନିର୍ଯାତନା ଦେବାସହ ମାଡ଼ ମାରିଥିଲେ। ଯୁବତୀ ଜଣଙ୍କ ନିଜ ଗାଁକୁ ଫେରିଆସିବା ସହ ଗୁରୁବାର ଜେନାପୁର ଥାନାରେ ଅଭଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୧୦୭/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର