ଅମ୍ବାଭୋନା : ଅମ୍ବାଭୋନା ଥାନା ଅନ୍ତର୍ଗତ ଦ୍ବାରୀ ଗ୍ରାମ ସ୍ଥିତ ପଥରଘାଟ ରାନୀସାଗର ଠାରେ ଯୁବକଙ୍କ ଶାବଳ ମାଡ଼ରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ରୁକ୍ମଣୀ ବାଗ (୭୯)। ସେ ଭିକ ମାଗି ଗୁଜୁରାଣ ମେଣ୍ଟାଉଥିଲେ। ବୁଧବାର ଅପରାହ୍ଣ ଗୋଟାଏ ବେଳେ ଜାଲେଣି କାଠ ସଂଗ୍ରହ କରୁଥିବା ବେଳେ ସେହି ଗ୍ରାମ ଯୁବକ ଭରାତୁ ଡନସନା (୪୨) ଏକ ଶାବଳରେ ତାଙ୍କୁ ପିଟିପିଟି ମାରି ଦେଇଥିଲା। ଗ୍ରାମର କିଛି ଯୁବକ ଖଜୁର କନ୍ଦା ଖାଇବାକୁ ଆସିଥିବା ବେଳେ ସେଠାରେ ରୁକ୍ମଣୀଙ୍କୁ ଉଦ୍ଧାର କରି ଆମ୍ୱୁଲାନ୍ସ ଯୋଗେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଖସି ପଳାଉଥିବା ଭରାତୁକୁ ଗ୍ରାମବାସୀ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ତାକୁ ଗିରଫ କରିଛି। ତେବେ ହତ୍ୟାର କାରଣ ଜଣାପଡ଼ିନାହିଁ।
ବୃଦ୍ଧାଙ୍କୁ ଶାବଳରେ ପିଟି ହତ୍ୟା, ଯୁବକ ଗିରଫ
/sambad/media/post_attachments/wp-content/uploads/2020/08/youth-arrested-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)