ରସୁଗୁଡ଼ା: ଭଗବାନ ଶିବ ଲିଙ୍ଗକୁ ନେଇ ସୋସିଆଲ ମିଡିଆରେ ଅଶ୍ଳୀଳ ଲେଖା ପୋଷ୍ଟ କରିଥିବା ଝାରସୁଗୁଡା ପୁରୁଣାବସ୍ତିର ଜଣେ ଯୁବକ ବବଲୁ ଭୋଇକୁ ଝାରସୁଗୁଡା ପୁଲିସ ଗିରଫ କରିଥିବା ଜଣାଯାଇଛି। ବଜରଙ୍ଗ ଦଳ ଓ ଅନ୍ୟ ହିନ୍ଦୁ ସଂଗଠନଜ ଅଭିଯୋଗ କ୍ରମେ ବବଲୁକୁ ପୁଲିସ ଗିରଫ କରିଥିବା ପ୍ରକାଶ।
ଅଭିଯୁକ୍ତ ବବଲୁ ଆଗରୁ ମଧ୍ୟ ହିନ୍ଦୁ ଦେବା ଦେବୀଙ୍କ ନାମରେ ସୋସିଆଲ ମିଡିଆରେ ଅଶ୍ଳୀଳ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ବବଲୁ ଏକ ପୂଜା ସାମଗ୍ରୀ ଦୋକାନ କରି ରୋଜଗାର କରୁଥିବା ବେଳେ ହିନ୍ଦୁ ଦେବାଦେବୀଙ୍କ ଉପରେ ଏମିତି ଅସଭ୍ୟ ଭାଷାରେ ପୋଷ୍ଟ କରୁଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-2.jpg)