ରାଇରଙ୍ଗପୁର/ତିରିଂ: ମୟୂରଭଂଜ ଜିଲ୍ଲା ତିରିଂ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବତୀଙ୍କୁ ନୃଶଂସ ଭାବରେ ହତ୍ୟା କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି।

Advertisment

ଅଭିଯୋଗ ଅନୁଯାୟୀ ତିରିଂ ଥାନା ଅର୍ନ୍ତଗତ ପୋଡା ଗ୍ରାମର ବେଢେ ଗୋଡସରାଙ୍କ ଝିଅ ରୁକ୍ମଣୀ ଗୋଡସରା(୪୫)ଙ୍କୁ ସେହି ଗ୍ରାମର ରେଂଗା ଗୋଡସରା(୩୫) ଏକ କୋଦାଳ ସାହାଯ୍ୟରେ ହାଣି ହତ୍ୟା କରିଥିଲା। ତିରିଂ ପୁଲିସ ଘଟଣା ସମ୍ପର୍କରେ ଜାଣି ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ଆସାମୀ ରେଙ୍ଗାକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଏନେଇ ତିରିଂ ଥାନାରେ କେସ୍ ନଂ ୧୧୧/୨୪ରେ ଏକ ମାମଲା ରୁଜୁ ହୋଇଛି। ତେବେ ସେ କେଉଁ କାରଣରୁ ହତ୍ୟା କରିଛି ତାହା ଜଣାପଡିନାହିଁ। ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ପଠାଯାଇଛି।