ଦେବଗଡ଼/ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଜୁଲାଣି ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ ଚଛୁପାଲି ଗ୍ରାମର ଭିଲିଆନ କେରକେଟ୍ଟା ଜୁଲାଣି ଗ୍ରାମକୁ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିଲା। ସୋମବାର ବିଳମ୍ବିତ ରାତିରେ ସମ୍ପର୍କୀୟ ନାବାଳିକା ଘର ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏ ନେଇ ମଙ୍ଗଳବାର ପୀଡିତା ନାବାଳିକା ନିଜ ବାପାଙ୍କ ସହ ଆସି ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ରିଆମାଳ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ମଙ୍ଗଳବାର ରାତିରେ ଅଭିଯୁକ୍ତକୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/5cbe4979-fcb1-4a1e-a2e1-febeade776fd.jpg)