କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ରାବଣଗୁଡ଼ା ଗାଁର ନୀଳାମ୍ବର ଚିଲାଗୁଣ (୨୩)କୁ ଗିରଫ କରିଛି।
ଅଭିଯୋଗ ଅନୁସାରେ, ଏହି ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମର ଶିକାର ହୋଇଥିବା ମାର୍ଚ୍ଚ ୨୪ ତାରିଖରେ କୋକସରା ଥାନାରେ ଏତଲା ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ଯୁବକ ନୀଳାମ୍ବର ଫେରାର୍ ହୋଇଯାଇଥିଲା। ପୁଲିସ ତାକୁ ଗୁରୁବାର ଗିରଫ କରି ପଚରାଉଚରା ପରେ ଶୁକ୍ରବାର ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/rape1.jpg)