ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ପୁରୀ : ପେଣ୍ଠକଟା ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ୩୦ ବର୍ଷୀୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୦ ତାରିଖରେ ଏହି ବୃଦ୍ଧା ତାଙ୍କ ଘରେ ଶୋଇଥିବା ବେଳେ କେହି ଜଣେ ତାଙ୍କ କବାଟ ବାଡ଼େଇଥିଲା। ବୃଦ୍ଧା ଜଣକ କବାଟ ଖୋଲି ଦେଖିଥିଲେ କେହି ନଥିଲେ। ତେଣୁ ସେ କବାଟ ବନ୍ଦ କରିବାକୁ ଭୁଲିଯାଇ ଶୋଇ ଯାଇଥିଲେ। ଏହାର ସୁଯୋଗ ନେଇ ବାଲିପାଟଣା ଗାଁର ଟ୍ରାକ୍ଟର ଡ୍ରାଇଭର ବାପିନା ସ୍ବାଇଁ(୩୦) ନିଶାସକ୍ତ ଅବସ୍ଥାରେ ତାଙ୍କ ଘରେ ପଶି ତାଙ୍କୁ ଜୋର ଜବରଦସ୍ତ ଧର୍ଷଣ କରିଥିଲା। ଏନେଇ ବୃଦ୍ଧାଙ୍କ ବୋହୂ ପେଣ୍ଠକଟା ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ୭୧/୨୨ ନମ୍ବରରେ ଏକ ମାମଲା ରୁଜୁ କରିଥିଲା। ମାମଲାର ତଦନ୍ତ କରି ପୁଲିସ ଅଭିଯୁକ୍ତ ବାପିନାକୁ ଗିରଫ କରିଥିଲା। ଆଜି ପୁଲିସ ସଦର ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କର ଡାକ୍ତରୀ ମାଇନା କରାଇଥିଲା। ଏହି ମାମଲାରେ ପୁଲିସ ଆଜି ବାପିନକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର