ବାରିପଦା: ପ୍ରଥମ ସାକ୍ଷାତରୁ ପରସ୍ପର ମଧ୍ୟରେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ଶେଷରେ ପ୍ରେମିକାଙ୍କୁ ପ୍ରତାରଣା କରି ଅନ୍ୟତ୍ର ବିବାହ ଘଟଣାକୁ ନେଇ ପ୍ରତାରିତା ଯୁବତୀ ଜଣଙ୍କ ବାରିପଦା ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରି ପୁଲିସ ତକତପୁର କଲୋନୀସାହି ଅଞ୍ଚଳର ପ୍ରଦୀପ ମିଶ୍ର(୩୩)କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ ଟାଉନ୍ ଥାନା ଅଞ୍ଚଳର ଜଣେ ଅନୁସୂଚୀତ ଜାତି ସମ୍ପ୍ରଦାୟର(୨୬) ଜଣେ ଯୁବତୀଙ୍କୁ ୬ ବର୍ଷ ପୂର୍ବେ ଅଭିଯୁକ୍ତ ପ୍ରେମ ଫାସରେ ଫସେଇ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ମାତ୍ର ପରେ ପିଡ଼ୀତା ନୀଚ୍ଚ ଜାତିର ହୋଇଥିବା ଦର୍ଶାଇ ବିବାହ କରିନଥିଲେ। ଅଥଚ ଏହି ସମୟରେ ୬ ମାସ ପୂର୍ବେ ପ୍ରଦୀପ ଅନ୍ୟ ଜଣଙ୍କୁ ବିବାହ କରି ସାରିଥିବା ପିଡ଼ୀତା ଜାଣିବାକୁ ପାଇ ଥାନାର ଦ୍ବାରସ୍ଥ ହୋଇଥିଲେ। ଏନେଇ ଟାଉନ୍ ଥାନାରେ ଧାରା ୩୭୬(୨)(ଏନ), ୪୧୭, ୪୨୦ ଓ ଆରଡ଼ବ୍ଲ୍ୟୁ ସେକ୍ସନ ୩(୨)(ଭି)ଅଫ ଏସସି/ଏସଟି ପିଓଏ ଆକ୍ଟ ଅନୁସାରେ କେସ୍ ନମ୍ବର ୮୫୬/୦୧.୧୨.୨୦୨୦ରେ ଏକ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/shutterstock_640095790-rape-sexual-abuse-generic_174a458361f_large.jpg)