ଭୁବନେଶ୍ବର: ସ୍ଥାନୀୟ ବରମୁଣ୍ଡା ବସଷ୍ଟାଣ୍ଡରେ ଦାଦାବଟି ନ ଦେବାରୁ ଯୁବକଙ୍କୁ ହୋଇଛି ଆକ୍ରମଣ । ବସ୍ ଡ୍ରାଇଭର ବିଶ୍ବଜିତ ଜାନିଙ୍କୁ ଆକ୍ରମଣ କରିଛନ୍ତି କିଛି ଯୁବକ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ପ୍ରଶାନ୍ତ ପ୍ରଧାନ (କଳା ବଂଶୀ)ର ପିଲା କହି ବରମୁଣ୍ଡା ବସଷ୍ଟାଣ୍ଡ ଅଂଚଳରେ ଦାଦାବଟି ଆଦାୟ ହେଉଛି ।
ଗୋଟିଏ ପଟେ ପୁଲିସ ଦାଦାବଟିକୁ ନାଁ କହୁଥିବା ବେଳେ କିପରି ବରମୁଣ୍ଡା ବସଷ୍ଟାଣ୍ଡ ଚାଲିଛି ଦାଦାବଟି ଆଦାୟ? ଏଭଳି ଘଟଣା ବାରମ୍ବାର ଘଟୁଛି । ଫଳରେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।