ବଲାଙ୍ଗୀର: ବଲାଙ୍ଗୀର ସହର ଭିତରେ ପୁଣି ଦାଦାଗିରି। ଜଣେ ଯୁବକଙ୍କୁ ଅପହରଣ ପରେ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ମାରିଛନ୍ତି ଦୃର୍ବୃତ୍ତ। ହାତୀଶାଳପଡ଼ାର ଜଗମୋହନ ମଲ୍ଲିକ କୌଣସି କାମରେ ସହରର ରାଜେନ୍ଦ୍ରପଡ଼ାକୁ ଯାଇଥିଲେ। ସେଠାରୁ ହଠାତ ୮ଜଣ ଯୁବକ ବାଇକ୍ରେ ଆସି ତାଙ୍କୁ ଅପହରଣ କରିଥିଲେ। ଡ୍ୟାମପଡ଼ା ଠାରେ ପହଞ୍ଚିବା ପରେ ତାଙ୍କୁ ଲୁହାଛଡ଼ରେ ନିସ୍ତୁକ ମାଡ଼ ମାରିଥିଲେ ଯୁବକମାନେ। ପ୍ରାଣାନ୍ତକ ଆକ୍ରମଣ କରି ଯୁବକମାନେ ଫେରାର ମାରିଥିଲେ। ଜଗମୋହନଙ୍କର ଆଗରୁ ଡ୍ୟାମପଡ଼ାର ମାଇକେଲ ନାମକ ଜଣେ ଯୁବକ ସହିତ ଝଗଡ଼ା ହୋଇଥିଲା। ତାର ବଦଲା ନେବା ପାଇଁ ମାଇକେଲ ଅନ୍ୟପଡ଼ାରୁ ଗୁଣ୍ଡା ମଗାଇ ବୁଧବାର ଜଗମୋହନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ଘଟଣା ପଛରେ ଗ୍ୟାଙ୍ଗୱାର ଥିବା ଅନୁମାନ କରାଯାଉଛି। ସହର ଭିତରେ ବଢ଼ିଚାଲିଛି ବେଆଇନ ନିଶା କାରବାର। ଯୁବକମାନେ ନିଶାସକ୍ତ ହୋଇ ଛୋଟ ଛୋଟ ଗ୍ୟାଙ୍ଗ ତିଆରି କରି ଫିଲ୍ମ ଷ୍ଟାଇଲରେ ମାଡ଼ ମାରୁଥିବା ଅଭିଯୋଗ ହେଉଛି।
ଯୁବକଙ୍କୁ ଅପହରଣ ପରେ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2022/06/3aa68f31-bd37-4e81-947f-a19e706bfce5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)