ଡାବୁଗାଁ/ ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ବୋରାଯୋଡି ଗ୍ରାମ ନିକଟ ଡଙ୍ଗରିସାହିର ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଯୁବକ ବୋରାଯୋଡ଼ି ଡଙ୍ଗରି ସାହିର ସନ୍ୟାସୀ ସାନ୍ତା (୨୪)।

Advertisment

ସୂଚନା ଅନୁଯାଇ ଶୁକ୍ରବାର ସନ୍ଧ୍ୟାରେ ଝରିଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ବୋରାଯୋଡି ଗ୍ରାମ ନିକଟ ଡଙ୍ଗରିସାହିର ସନ୍ୟାସୀ ସାନ୍ତା (୨୪) ଓ ତା ସାଙ୍ଗ ବିକାଶ ସାନ୍ତା ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ବୋରାଯୋଡି ଗ୍ରାମକୁ ଯାଇଥିଲେ। ସେଠାରେ କାର୍ଯ୍ୟ ସାରି ଦୁଇ ସାଙ୍ଗ ରାତ୍ର ସାଢ଼େ ୮ ଘଣ୍ଟ ସମୟରେ ପୁଣି ନିଜ ଡଙ୍ଗରି ସାହି କୁ ଫେରୁଥିଲେ।

ବୋରାଯୋଡି ଓ ଡଙ୍ଗରିସାହି ମଧ୍ୟରେ ଥିବା ଏକ ମକା ବାଡ ମଧ୍ୟରୁ ହଠାତ୍ ଛୋଟ ବଡ ୪ ଗୋଟି ଭାଲୁ ବାହାରିଥିଲେ। ଦୁଇ ସାଙ୍ଗ ହଠାତ୍ ଭାଲୁମାନଙ୍କୁ ସମ୍ମୁଖରେ ଦେଖି ଚକିତ ହୋଇଯାଇଥିଲେ। ସେଥିରୁ ଗୋଟିଏ ଭାଲୁ ସନ୍ୟାସୀ ସାନ୍ତାକୁ ଆକ୍ରମଣ କରିଥିଲା।

ତେବେ ବୋରାଯୋଡି ଓ ଡଙ୍ଗରିସାହି ମଧ୍ୟରେ ଥିବା ଏକ ମକା ବାଡ ମଧ୍ୟରୁ ହଠାତ୍ ଛୋଟ ବଡ ୪ ଗୋଟି ଭାଲୁ ବାହାରିଥିଲେ। ଦୁଇ ସାଙ୍ଗ ହଠାତ୍ ଭାଲୁମାନଙ୍କୁ ସମ୍ମୁଖରେ ଦେଖି ଚକିତ ହୋଇଯାଇଥିଲେ। ସେଥିରୁ ଗୋଟିଏ ଭାଲୁ ସନ୍ୟାସୀ ସାନ୍ତାକୁ ଆକ୍ରମଣ କରିଥିଲା। ଯାହା ଫଳରେ ସନ୍ୟାସୀର ଡାହାଣ ଜଙ୍ଘ ନିକଟରେ ଗଭୀର କ୍ଷତ ହୋଇଥିଲା।

ଏହି ଖବର ପଢ଼ନ୍ତୁ: ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସନ୍ୟାସୀ ଓ ତା ସାଙ୍ଗ ବିକାଶ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ। ଚିତ୍କାର ଶୁଣି ୪ ଟି ଭାଲୁ ପୁଣି ମକା ବାଡ ମଧ୍ୟରେ ଚାଲି ଯାଇଥିଲେ। ତେବେ ବିକାଶ ଅଳ୍ପକେ ଭାଲୁ ଆକ୍ରମଣରେ ବର୍ତ୍ତି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତ ସନ୍ୟାସୀ ସାନ୍ତା କୁ ରାତ୍ର ୧୦ ଘଣ୍ଟ ସମୟରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସନ୍ୟାସୀ ସାନ୍ତା ସୁସ୍ଥ ଥିବା ଜଣା ପଡିଛି।