ଘୁ.ଉଦୟଗିରି: ଦନ୍ତାହାତୀ ଆକ୍ରମଣରେ କନ୍ଧମାଳ ଜିଲ୍ଲା ରେଟୁଡ଼ି ଗ୍ରାମର ଟିକେନ୍ଦ୍ର କୁମାର୍ ପ୍ରଧାନ ୨୫ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ହାତୀ ଘଉଡ଼ାଇ ଥିବା ବେଳେ ହାତୀ ଫେରି ଆସି ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡି ଫିଙ୍ଗି ଥିଲା ଓ ହାତୀ ଦାନ୍ତ ମୁଣ୍ଡରେ ବାଜିବା ଫଳରେ ମୁଣ୍ଡ ଫାଟି ଯାଇଛି। ବନ କର୍ମଚାରୀଙ୍କ ଦ୍ବାରା ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ବିଗତ କିଛି ଦିନ ହେବ ୧୮ ଟିକିଆ ହାତୀପଲ ଆସିଥିବା ଖବର ରହିଥିବା ବେଳେ ଆଜି ରାତି ୮ଟା ବେଳେ କିନ୍ତୁ ଅଘଟଣ ଘଟିଛି। ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଳିତ ଭାବରେ ହାତୀ ଘୋଉଡ଼ାଇବାକୁ ପ୍ରୟାସ କରୁଥିବା ବେଳେ ହାତୀ ଆକ୍ରମଣ କରିଥିବା ସୂଚନା ରହିଛି।
ଦୀର୍ଘ ଦଶ ଦିନ ହେଲା ୧୮ଟି କିଆ ହାତୀପଲ କନ୍ଧମାଳ ଜିଲ୍ଲାରେ ପ୍ରବେଶ କରି ବ୍ୟାପକ ଫସଲ ହାନି କରିବା ସହ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପ୍ରଥମେ ୧୫ତାରିଖ ରାତିରେ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରୁ ଏହି ହାତୀପଲ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବନଖଣ୍ଡ ଅଧିନ କଳିଙ୍ଗା ସେକ୍ସନର କୁରୁମିଙ୍ଗିଆ ଗ୍ରାମ ଜଙ୍ଗଲରେ ପ୍ରବେଶ କରି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ରାସ୍ତାକୁ ପଳେଇ ଆସିଥିଲେ। ସ୍ଥାନୀୟ ବନବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ସମସ୍ତ ହାତୀପଲକୁ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ।
ଗତ ଦୁଇ ଦିନତଳେ ହାତୀପଲ ପୁଣି ଗଞ୍ଜାମ ଜିଲ୍ଲାର ସୀମାନ୍ତ ଉତ୍ତର ଘୁମୁସର ଜଙ୍ଗଲକୁ ଫେରିଥିବା ସୂଚନା ମିଳିଥିଲା ହେଲେ ଗତ ସନ୍ଧ୍ୟାରେ ପୁଣି ହାତୀପଲ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ରେଟୁଡି ଜଙ୍ଗଲକୁ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/IMG-20240524-WA0050.jpg)