ଆସପଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ପୂର୍ବ ଶତ୍ରୁତା ସଂଦେହ

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋନଗରଥାନା ଅନ୍ତର୍ଗତ ବଳରାମ ପ୍ରସାଦ କେନ୍ଦୁପାଟଣା ସାହିରେ ଆଜି ଜଣେ ଯୁବକଙ୍କୁ ୨ ଜଣ ଦୁର୍ବୃତ୍ତ ଗୋଡେଇ ଗୋଡେଇ କଟୁରିରେ ହାଣିଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି ପ୍ରଭାକର ବେହେରାଙ୍କ ପୁତ୍ର ସୁଧୀର ବେହେରା(୩୦)। ସେ ଆଜି ଆସପଣ୍ଡ-୧ ଅଂଚଳକୁ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁପାଟଣା ସାହିର ସୁଧୀର ବେହେରା ନିଜ ଗାଈ ଖୋଜିବାକୁ ଯାଇଥିଲେ। ହଠାତ ଏକ ଦୁଇଚାକିଆ ନମ୍ବର ବିହୀନ ଗାଡି (ପ୍ଲାଣ୍ଟିନା)ରେ ଦୁଇଜଣ ଯୁବକ ଆସି ଏକ କଟୁରିରେ ଆକ୍ରମଣ କରିଥିଲେ। ପ୍ରଥମେ ହାତରେ ହାଣିଥିଲେ। ଆକ୍ରମଣର ଶିକାର ହେବା ପରେ ସୁଧୀର ପ୍ରାଣ ବିକଳରେ ଚିତ୍କାର କରି ଦୌଡ଼ିଥିଲେ। ଏହା ପରେ ଉଭୟ ଦୁର୍ବୃତ୍ତ ଗାଡିକୁ ଛାଡ଼ିଦେଇ ଆସପଣ୍ଡ ତଳ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସୁଧୀରଙ୍କୁ ପିଠିରେ ହାଣିଥିଲେ। ଏଥିରେ ସୁଧୀର ଗୁରୁତର ଆହତ ହୋଇଥିଲେ।

ସୁଧୀର ପ୍ରାଣ ବିକଳରେ ଦୌଡୁଥିବା ବେଳେ ଆଖ ପାଖରେ ଥିବା ଲୋକ ଆସିବା ଘଟଣାସ୍ଥଲରେ ପହଂଚିବା ପୂର୍ବରୁ ନମ୍ବର ବିହୀନ ଗାଡି, ମାରଣାଅସ୍ତ୍ର ଓ ହେଲମେଟ୍‌ ଛାଡ ଦୁର୍ବୃତ୍ତମାନେ ଚାଲି ଯାଇଥିଲେ। ପରେ ଆହତ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ନାଲକୋ ଡାକ୍ତରଖାନାକୁ ପଠାଯାଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ହେଲ୍‌ପଲାଇନ ନମ୍ବର ୧୦୦କୁ ଫୋନ କରିଥିଲେ। ଖବର ପାଇ ନାଲକୋ ପୁଲିସ ପଂଯଚି ନମ୍ବର ବିହୀନ ପ୍ଲାଣ୍ଟିନା ଗାଡି, ମାରଣାଶସ୍ତ୍ର ଜବତ କରିବା ତଦନ୍ତ ଜାରି ରଖିଛି।

ଏନେଇ ସୁଧୀର ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଦଶହରା ସମୟରେ ଏକ ସଡକ ଦୁର୍ଘଟଣା ହୋଇଥିଲା। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଘଟିଥିବା ଯୁବକ ପ୍ରକାଶ କରିଛନ୍ତି। ଅନଗୁଳ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଯୁବକ ଏଭଳି କାଣ୍ଡ ବିହାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆଜି ମଧ୍ୟାହ୍‌ନ ୩ଘଟିକା ସମୟ ଠାରୁ ପାଉଁଶ ପରିବହନକୁ ବନ୍ଦ କରିବା ସହ ବଳରାମପ୍ରସାଦ ଗ୍ରାମବାସୀ ଆସପଣ୍ଡ ମୁଖ୍ୟ ଫାଟକ ସମୁଖରେ ଧାରଣା ଦେଇଛନ୍ତି।

ସମ୍ବନ୍ଧିତ ଖବର