ଦେବଗଡ଼: ବିଚ୍ ରାସ୍ତାରେ ଯୁବତୀଙ୍କ ବେକ କାଟି ଦେଲା ପ୍ରେମିକ। ପରେ ନିଜ ବେକ କାଟି ଶେଷରେ ଜୀବନ ହାରିଛି। ଦେବଗଡ ସହରର ଗୁରୁସାହିରେ ଆଜି ଏପରି ହୃଦୟବିଦାରକ ଘଟଣା ଘଟିଛି। ମୃତ ପ୍ରେମିକ ହେଉଛି ଗଞ୍ଜାମ ଜିଲ୍ଲାର ଭୁସୁଣ୍ଡା ଅଞ୍ଚଳର ସୀମାଞ୍ଚଳ ସାମଲ(୩୪)।
ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସମୟରେ ପୌରାଞ୍ଚାଳର ଗୁରୁସାହିର ଜଣେ ଯୁବତୀ ଜଣେ ନାବାଳିକା ସହିତ ଚାଲିଚାଲି ଯାଉଥିଲେ। ଠିକ୍ ସେହି ସମୟରେ ସେଠାରେ ପହଞ୍ଚିଥିଲା ସୀମ।ଞ୍ଚଳ। ସେଠାରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ପରେ ସୀମାଞ୍ଚଳ ଏକ ବ୍ଲେଡ୍ରେ ଯୁବତୀଙ୍କ ବେକ କାଟି ଦେଇଥିଲା। ତା’ପରେ ନିଜ ବେକ କାଟି ଦେଇଥିଲା।
ଉକ୍ତ ଘଟଣା ଘଟୁଥିବା ଦେଖି ସ୍ଥାନୀୟ ଲୋକେ କିଛି ବୁଝି ପାରିନଥିଲେ। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଭୟ ରାସ୍ତାରେ ପଡ଼ିଥିଲେ। ଉଭୟଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସୀମାଞ୍ଚଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ମଧ୍ୟ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟ।ପନ୍ନ ରହିଛି। ମେଡ଼ିକାଲ୍ରେ ତାଙ୍କର ଚିକିତ୍ସା ଚାଲିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ପ୍ରେମ ବ୍ୟାପାରକୁ ନେଇ ଏପରି ଘଟଣା ଘଟିଥିବା ପୁଲିସ୍ ସନ୍ଦେହ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/84da815e-8023-4fb6-9007-aba6ace07989.jpg)