ପ୍ରେମିକା’ଙ୍କ ଘର ଆଗରେ ଝୁଲିପଡ଼ି ଆତ୍ମହତ୍ୟା କଲେ ପ୍ରେମିକ, ଯୁବକଙ୍କ ବାପା ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବିଲେଇପଦା ଫାଣ୍ଡି ଅନ୍ତଗୟତ କଣ୍ଡ୍ରା ଗ୍ରାମର ପ୍ରେମିକାର ଘର ବାରଣ୍ଡାରୁ ପ୍ରେମିକର ଝୁଲନ୍ତା ଶବ ମିଳିଛି। ମୃତ ଯୁବକଙ୍କ ପରିବାର ହତ୍ୟା ଅଭିଯୋଗ କରିଛନ୍ତି।

କେନ୍ଦୁଝର ସଦର ଥାନା ମହାଦେଇଯୋଡ଼ାର କମଳାକାନ୍ତ ଖଣ୍ଡା କଣ୍ଡ୍ରା ଗ୍ରାମର ଜଣେ ଯୁବତୀଙ୍କୁ ଦେଢ଼ ବର୍ଷ ହେଲା ଭଲ ପାଉଥିଲେ। ସେ ପ୍ରେମିକାକୁ ଦେଖା କରିବାରୁ ସେଠାକୁ ଯାଆନ୍ତି। ଅନ୍ୟ ଜାତିର ହୋଇଥିବାରୁ ଝିଅଘର ଲୋକ ଏହାକୁ ବିରୋଧ କରୁଥିଲେ । ଏପରିକି କମଳାକାନ୍ତଙ୍କୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ବାପା ଗୋଲକ ବିହାରୀ ଖଣ୍ଡା ଅଭିଯୋଗ କରିଛନ୍ତି।

ଗୋଲକଙ୍କ କହିବା ଅନୁଯାୟୀ, ଦୁଇଦିନ ପୂର୍ବରୁ ମଧ୍ୟ କମଳାକାନ୍ତ କଣ୍ଡ୍ରାକୁ ଯାଇଥିଲେ। ଫେରିବା ବେଳେ ବାସୁଦେବପୁର ନିକଟରେ ତାଙ୍କ ବାଇକ୍‌ ପଙ୍କ୍‌ଚର ହୋଇଯିବାରୁ ବାଇକକୁ ସେଠାରେ ଛାଡ଼ି ବସରେ ଘରକୁ ଫେରିଥିଲେ। ଗତକାଲି ବାଇକ ଆଣିବା ପାଇଁ ଯାଇଥିଲେ। ସଂଧ୍ୟା ସାଢେ ୮ଟା ବେଳେ ସେ ଏ ସଂପର୍କରେ ତାଙ୍କ ସାନ ଭଉଣୀକୁ ଫୋନ କରି କହିଥିଲେ। ବର୍ଷା ହେଉଥିବାରୁ ଆସନ୍ତାକାଲି ଘରକୁ ଯିବି ବୋଲି କହିଥିଲେ। ତେବେ ଆଜି ସକାଳେ କମଳାକାନ୍ତଙ୍କ ଶବ ଯୁବତୀଙ୍କ ଘର ବାରଣ୍ଡାରେ ଝୁଲିଥିବା ଖବର ପାଇ ପରିବାର ଲୋକପହଞ୍ଚିଥିଲେ । ତାଙ୍କ ପୁଅକୁ ମାରି ଝୁଲାଇ ଦିଆଯାଇଛି ବୋଲି ପୁଲିସ ନିକଟରେ ଗୋଲକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ମେଡିକାଲକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ଉପରୁ ପରଦା ହଟିବ ବୋଲି ପୁଲିସ କହିଛି

ସମ୍ବନ୍ଧିତ ଖବର