ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସଦର ଡଙ୍ଗରିଗୁଡ଼ା ଶିବ ମନ୍ଦିର ନିକଟରେ ଆଜି ରାତ୍ର ପ୍ରାୟ ୧୦ ଘଣ୍ଟ ସମୟରେ ଏକ କନିଆର ଫୁଲ ଗଛରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ମୃତ ଯୁବକ ଜଣକ ଡଙ୍ଗରିଗୁଡ଼ାର ମେଟା ଗୌଡ଼ (୨୦) ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ ଡ଼ାବୁଗାଁ ସଦର ଡଙ୍ଗରିଗୁଡ଼ା ଶିବ ମନ୍ଦିର ନିକଟ ଏକ କନିଆର ଫୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଯୁବକ ଜଣକ ଡଙ୍ଗରିଗୁଡ଼ାର ମେଟା ଗୌଡ଼ (୨୦) ବୋଲି ଜଣା ପଡ଼ିଥିବା ବେଳେ ମାନସିକ ଭାରସାମ୍ୟ ହରାଇ ବେକରେ ଗାମୁଛା ବାନ୍ଧି ଯୁବକ ଜଣକ ଆତ୍ମହତ୍ୟା କରିଛି ଏବଂ ହାତରେ କ୍ଷତ ଚିହ୍ନ ରହିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ମୁଖ୍ୟ ରାସ୍ତା କଡରେ ଝୁଲନ୍ତା ଅବସ୍ଥାରେ ଶବ ଥିବାରୁ ଗ୍ରାମବାସୀଙ୍କ ଗହଳି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର