ବେକରେ ରଶି ଦେଇ ଯୁବକଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସଦର ହାଟପଦାସାହିର ଜଣେ ଯୁବକ ବୁଧବାର ମଧ୍ୟ ରାତ୍ରରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛି। ମୃତ ଯୁବକ ଜଣକ ହେମଧର ପାଇକ (୪୦) ବୋଲି ଜଣାପଡିଛି। ଏ ନେଇ ମୃତ ହେମଧରର ସ୍ତ୍ରୀ ଜୟନ୍ତୀ ପାଇକ ଆଜି ସକାଳେ ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ଥିଲେ।

ସୂଚନା ଅନୁଯାୟୀ ଡ଼ାବୁଗାଁ ସଦର ହାଟପଦାସାହିରେ ରହୁଥିବା ହେମଧର ପାଇକ ଡ଼ାବୁଗାଁ ବିଭିନ୍ନ ଜଳଖିଆ ହୋଟେଲ ରେ ମିସ୍ତ୍ରୀ କାର୍ଯ୍ୟ କରିବା ସହ ଖଲାସୀ କାର୍ଯ୍ୟ ମଧ୍ୟ କରି ପରିବାର ଚଳାଉଥିଲା। ହେମଧରର ପରିବାର କହିଲେ ସ୍ତ୍ରୀ ଜୟନ୍ତୀ ପାଇକ ସହ ୪ଟି ଝିଅ ଓ ଗୋଟିଏ ପୁଅ ରହିଛି। ହେମଧର ଅଧିକାଂଶ ସମୟ ମଦ୍ୟପାନ କରିଥିବା ବେଳେ ଗତ କିଛି ଦିନ ହେଲା ମାନସିକ ସ୍ଥିତି ଠିକ୍ ନ ଥିଲା। ବୁଧବାର ରାତ୍ରରେ ହେମଧରକୁ ଖାଇବା ପାଇଁ ସ୍ତ୍ରୀ ଡାକି ଥିଲେ ସୁଦ୍ଧା ସେ ଖାଇ ନ ଥିଲା। ହେମଧର ବ୍ୟେଟିତ ପରିବାରର ସମସ୍ତେ ରାତ୍ର ଭୋଜନ ପରେ ଶୋଇ ପଡ଼ିଥିଲେ।

ତେବେ ମଧ୍ୟ ରାତ୍ରରେ ହେମଧର ପାଇକ ମାନସିକ ସନ୍ତୁଳନ ହରାଇ ଘର ମଧ୍ୟ କୋଠରୀରେ ଥିବା ହୁକ୍‌ରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ ମଧ୍ୟ ରାତ୍ରରେ ସ୍ତ୍ରୀ ହେମଧରକୁ ଖୋଜିବା ବେଳକୁ ଘର ମଧ୍ୟରେ ତାର ଝୁଲନ୍ତା ମୃତଦେହ ଦେଖି ଥିଲା। ଆଜି ସକାଳେ ଏ ନେଇ ମୃତ ହେମଧରର ସ୍ତ୍ରୀ ଜୟନ୍ତୀ ପାଇକ ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାର ତଦନ୍ତ ପୁଲିସ ଏ ଏସ ଆଇ ବିଜୟ କୁମାର ସାହୁ କରୁଛନ୍ତି।

ସମ୍ବନ୍ଧିତ ଖବର