ପ୍ରେମ ପ୍ରତାରଣା ପାଇଁ ଜୀବନ ହାରିଲେ ଯୁବକ, ବେକରେ ଶାଢି ଲଗାଇ ପଙ୍ଖାରେ ଝୁଲିପଡ଼ିଲେ

ଭଦ୍ରକ: ପ୍ରେମ ଯୁଗେ ଯୁଗେ ଅନ୍ଧ। ପ୍ରେମରେ ଅନ୍ଧ ହୋଇ କିଛି ଯୁବକ-ଯୁବତୀ ପ୍ରତାରିତ ହେବାପରେ ଲୋକ ଲଜ୍ଜ୍ୟାକୁ ହସ୍ୟ କରି ନପାରି ଶେଷରେ ଆତ୍ମହତ୍ୟା କରିବାର ରାସ୍ତା ବାଛି ନେଉଛନ୍ତି। ଏଭଳି ଏକ ପ୍ରେମ ଓ ପ୍ରତାରଣା ଘଟଣା ପାଇଁ ଗତକାଲି ବିଳମ୍ବିତ ରାତ୍ରିରେ ଭଦ୍ରକର ଜଣେ ଯୁବକ ନିଜ ବେକରେ ଶାଢି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଓଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗଡିଆ ଗ୍ରାମର ସୁଶୀଲ କୁମାର ସ୍ବାଇଁଙ୍କ ଏକମାତ୍ର ପୁଅ ଦିଗବିଜୟ ସ୍ବାଇଁ(୨୨) ନିଜର ଶୋଇବା ଘରେ ବେକରେ ଶାଢି ଲଗାଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ଭଦ୍ରକ ପଲିଟେକନିକରୁ ଡିପ୍ଲୋମା ଇଂଜିନିୟରିଂ ପାସ୍ କରିବା ପରେ କୌଣସି ଚାକିରି ନକରି ଘରେ ରହୁଥିଲେ। ଏହା ଭିତରେ ତାଙ୍କର ଜଣେ କଲେଜ ପଢୁଆ ଛାତ୍ରୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା। ଏଇ ପ୍ରେମ ସଂପର୍କକୁ ନେଇ ଗତ କିଛି ଦିନ ହେଲା ସେ ଚିନ୍ତାଗ୍ରସ୍ତ ରହୁଥିଲେ। ଦିଗବିଜୟ ନିଜ ଗାଁ ପାଖ ସାଙ୍ଗ ଜଗନ ରାଉତ ପାଖରେ ସବୁ କଥା କହୁଥିଲେ। ପ୍ରେମିକା ସହ ତାର ସଂପର୍କ କିଭଳି ଗଢି ଉଠିଥିଲା। ଏଇ ସବୁ କଥା ଜଗନ ପାଖରେ ଦିଗବିଜୟ କହିଥିଲା ଏବଂ ଶେଷରେ ନିଜର ପ୍ରେମିକା ତାଙ୍କ ସାଙ୍ଗ ଜଗନ ସହ ସଂପର୍କ ଯୋଡିବା ପରେ ଦିଗବିଜୟ ସହ ସଂପର୍କ ଛିନ୍ନ କରିଥିଲା।

ଏଇ ପ୍ରେମ ପ୍ରତାରଣା କାରଣରୁ ଦିଗବିଜୟ ଆତ୍ମହତ୍ୟା କରିଥିବା ନେଇ ମୃତ୍ୟୁ ପୂର୍ବରୁ ନିଜର ସୁଇସାଇଡାଲ ନୋଟରେ ଏହା ଲେଖିଥିବା ପରିବାର ଲୋକ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡାଲ ନୋଟ୍ ଲେଖି ଥିଲେ। ଯେଉଁ ସୁଇସାଇଡାଲ ନୋଟ ଜଗନର ହସ୍ତଗତ ହୋଇଥିଲା। ଗତକାଲି ରାତି ୧୧ ଟା ୪୫ ମିନିଟ୍ ବେଳେ ଜଗନର ଫୋନ୍ ଆସିଥିଲା ଦିଗବିଜୟର ବଡ ବାପାଙ୍କ ପାଖକୁ। ଜଗନର ଫୋନ୍ ଶୁଣିବା ପରେ ପରିବାର ଲୋକ ଦିଗବିଜୟର ରୁମ୍ କୁ ଯାଇଦେଖନ୍ତି ତ ସେ ବେକରେ ଶାଢ଼ି ଗୁଡାଇ ଆତ୍ମହତ୍ୟା କରିଛି। ତାର ଫୋନରୁ  ଏ ସବୁ ସୁଇସାଇଡାଲ ନୋଟ୍ ପାଇବା ସହ ଏ ସଂପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାର ଶବ ନେଇ ମେଡିକାଲକୁ ଆସିଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ଶବ ପଞ୍ଚନାମା ପରେ ବ୍ୟବଚ୍ଛେଦ କରାଯାଇଥିଲା ଏବଂ ପରେ ଗ୍ରାମାଞ୍ଚଳ ପୁଲିସ ପରିବାର ଲୋକଙ୍କୁ ଦିଗବିଜୟର ଶବ ହସ୍ତାନ୍ତର କରିଛନ୍ତି। ଏ ସଂପର୍କରେ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ଏଇ ଘଟଶାର ତଦନ୍ତ ଆରମ୍ଭ କରିଛି। ତେବେ ପ୍ରେମ ଓ ପ୍ରତାରଣା ପାଇଁ ଦିଗ ବିଜୟର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକ ଅଭିଯୋଗ ଉଠାଇଥିବା ବେଳେ ଏଇ ଘଟଣାର ନୀରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ।

ସମ୍ବନ୍ଧିତ ଖବର