ସମ୍ବଲପୁର: ଟ୍ରେନ୍ ସମ୍ମୁଖକୁ ଡେଇଁ ଜଣେ ଯୁବକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ବରଗଡ଼ ଭେଡେନ୍ ଥାନା ରେମୁଣ୍ଡା ଗାଁର ରିଜନ ପଶାୟତ(୨୨)। ବୁଧବାର ଅପରାହ୍ଣ ୫ଟା ପାଖାପାଖି ଅତାବିରାରୁ ଗୋଡ଼ଭଗା ମଧ୍ୟରେ ଇସ୍ପାତ ଏକ୍ସପ୍ରେସ୍ ଟ୍ରେନ୍ ସମ୍ମୁଖକୁ ଡେଇଁ ସେ ଆତ୍ମହତ୍ୟା କରିଥିଲେ।
ଟ୍ରେନ୍ର ଲୋକୋ ପାଇଲଟ୍ ଏ ନେଇ ରିପୋର୍ଟ କରିବା ପରେ ସମ୍ବଲପୁର ଜିଆର୍ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତାପରେ ବ୍ୟବଚ୍ଛେଦ ପାଇଁ ରିଜନଙ୍କ ମୃତଦେହକୁ ବୁର୍ଲା ପଠା ଯାଇଥିଲା। ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/25-9.jpg)