ଫେସ୍‌ବୁକ୍‌ରେ ଲାଇଭ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା

ଆନନ୍ଦପୁର  : ଫେସ୍‌ବୁକ୍‌ରେ ଲାଇଭ ଭିଡିଓ କରିବା ପରେ ଆନନ୍ଦପୁରର ଜ‌ଣେ ଯୁବକ ଘରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଯୁବକ ଜଣଙ୍କ ହେଲେ ଆନନ୍ଦପୁର ବ୍ଲକ୍‌ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ପପୁ ସାହାଣୀ (୩୧) ଓରଫ ମ‌ହେଶ୍ବର।

ପ୍ରାପ୍ତ ସୂଚନା ଅନୁସାରେ, ଆନନ୍ଦପୁର ବ୍ଲକ୍‌ଛକରେ ରହୁଥିବା ପପୁ ଗତକାଲି କୌଣସି କାରଣକୁ ନେଇ ମା’ଙ୍କ ସହ ଝଗଡ଼ା କରିଥିଲେ। ପପୁ ଅଧିକ ପାଟିତୁଣ୍ଡ କରିବାକୁ ପୂର୍ବାହ୍‌ଣରେ ମା’ ତାଙ୍କ ସମ୍ପର୍କୀୟଙ୍କ ଘରକୁ ପଳାଇଥିଲେ। ଦିନତମାମ ପପୁ ଘର ଭିତରେ ଏକ ଖଣ୍ଡା ଧରି ଫେସ୍‌ବୁକ୍‌ରେ ଲାଇଭ୍ ଭିଡିଓ କରିଥିଲେ। ଏପରିକି ଖଣ୍ଡାରେ ନିଜ ଡାହାଣ ହାତକୁ କାଟି ଦେଇଥିବା ମଧ୍ୟ କୁହାଯାଉଛି। ପପୁଙ୍କ ଏଭଳି ଅବସ୍ଥା ଦେଖି କିଛି ଲୋକ ତାଙ୍କ ଘରକୁ ଯାଇ ବୁଝାସୁଝା ମଧ୍ୟ କରିଥିଲେ। ତେବେ ରାତିରେ ଶୋଇବା ଘର ଫ୍ୟାନ୍‌ରେ ରଶି ଲଗାଇ ପପୁ ଆତ୍ମହତ୍ୟା କରିଥିଲେ। ସକାଳୁ ଏ ସମ୍ପର୍କରେ ଜଣାପଡ଼ିଥିଲା। ଆନନ୍ଦପୁର ଅତିରିକ୍ତ ତହସିଲଦାର ନରେନ୍ଦ୍ର କୁମାର ସେଠୀ, ଥାନା ଅଧିକାରୀ ମନୋରଂଜନ ପ୍ରଧାନଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇ ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର