ପାଟଣାଗଡ଼ : ଯୁବକଙ୍କ ଆତ୍ମହତ୍ୟା, ଶବ ନେଲେନି ପରିବାର ଲୋକେ

ସେବା ଚେରିଟେବୁଲ ଟ୍ରଷ୍ଟ କଲା ସତ୍କାର

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ମାୟାବର୍ହା ଗାଁର ଭକ୍ତ କୁମୁରା ନାମକ ଜଣେ ବ୍ୟକ୍ତି ଗୋଏଲମରା ଗ୍ରାମ ନିକଟରେ ଏକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଶବ ନେବାକୁ ମନା କରିବାରୁ ସେବା ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ସତ୍କାର କରାଯାଇଛି।

ପ୍ରକାଶ ଯେ, ଗୋଏଲମରା ଗାଁ ନିକଟ ଗଛରେ ଭକ୍ତଙ୍କ ଶବ ଝୁଲୁଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ଜବତ କରି ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲା। ଖବର ପାଇ ଭକ୍ତଙ୍କ ମା’ ପତ୍ନୀ ଓ ଶାଶୁ ପହଞ୍ଚିଥିଲେ। ବ୍ୟବଚ୍ଛେଦ ପରେ ସେମାନେ ଶବ ନେବାକୁ ମନା କରିଥିଲେ। ଫଳରେ ଶବ ଅପରାହ୍ନ ଯାଏ ପଡ଼ିରହିଥିଲା। ଏ ସମ୍ପର୍କରେ ଖବର ପାଇ ସେବା ଚେରିଟେବୁଲ ଟ୍ରଷ୍ଟର ସଭାପତି ସୁନୀଲ ସିଂ, ଉପସଭାପତି ଗିରିଧାରି ଭୋଇ, ସଦସ୍ୟ ରିଙ୍କୁ ନାଗ, ଯୁଧିଷ୍ଠିର ମିର୍ଦ୍ଧା, ସିଲୁ ସାହୁ, ଶିଶିଲ କୁମ୍ଭାର, ସଂଗ୍ରାମ ବାହୁକୁ, ଘନ ଭୁଏ ପ୍ରମୁଖ ପହଞ୍ଚି ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରିଥିଲେ। ପାଟଣାଗଡ଼ ଥାନାଧିକାରୀ ପ୍ରିୟଙ୍କା ରାଉତରାୟ କାଠ ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର