ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଆଜି ଜଣେ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଭରତ ସେଠୀ (୩୫)। ସେ ଦିନ ମଜୁରିଆ ଥିଲେ।
ମିଳିଥିବା ସୂଚନା ଅନୁସାରେ ବୀରମହାରାଜପୁର ପୁରୁଣା ଥାନା ଅନ୍ତର୍ଗତ ଉଫୁଲାସ୍ଥିତ ରଜାବନ୍ଧ (ପୋଖରୀ)କୁ ଦିନ ମଜୁରୀଆ ଭାବେ କାମ କରୁଥିବା ଭରତ ସେଠି ଗାଧୋଇବାକୁ ଯାଇଥିଲେ। ସେ ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ। ସେହି ସମୟରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ନିଜ ଗାଡ଼ିରେ ଉଲୁଣ୍ଡା ବ୍ଳକ ଚଢ଼େଇପଙ୍କ ଠାରେ ଚାଲିଥିବା ବିଜେଡ଼ି ପ୍ରଶିକ୍ଷଣ ଶିବିରକୁ ଯାଉଥିଲେ। ଯୁବକଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଉଥିବା ଦେଖି ହଠାତ୍ ଅଟକି ଯାଇଥିଲେ। ଶ୍ରୀ ଲୁହା ମାନବିକତା ଦେଖାଇ ଯୁବକଙ୍କୁ ନିଜ ଗାଡ଼ିରେ ଆଣି ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/post_attachments/wp-content/uploads/2023/12/300b0006-5b16-464a-8c57-4ab747c462f3.jpg)
ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସବ୍ଇନ୍ସପେକ୍ଟର ଦୀପ୍ତି ରଞ୍ଜନ ଦିଗାଲ ସୂଚନା ଦେଇଛନ୍ତି। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକମାନଙ୍କୁ ହସ୍ତାନ୍ତର କରାଯାଇଛି। ଭରତ ସେଠୀଙ୍କ ସ୍ତ୍ରୀ ଭୂମିସୂତା, ୭ ବର୍ଷର ଝିଅ ମାନି ଓ ୩ ବର୍ଷର ପୁଅ ସଂଜୟ ଅଛନ୍ତି। ଏହି ଘଟଣା ପରେ ଅଞ୍ଚକରେ ଶୋକର ଛାୟା ଖେଳି ଯାଇଛି।
ତେବେ ଯୁବ ବ୍ଲକ ଉପାଧ୍ୟକ୍ଷଙ୍କ ଏଭଳି ମହାନତା କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ପୂର୍ବରୁ ମଧ୍ୟ ଶ୍ରୀ ଲୁହା ଏହିଭଳି ପରୋପକାର କାର୍ଯ୍ୟ କରିଥିବା ନଜିର ରହିଛି। ବୀରମହାରାଜପୁର ସଦର ଥାନା ଅନ୍ତର୍ଗତ ମୁଖ୍ୟ ଛକ ପାଖରେ ଗତ ଏପ୍ରିଲ ୪ ତାରିଖ ଦିନ ଖେଳିବା ସମୟରେ ୨ ଜଣ ଶିଶୁକନ୍ୟା କୂଅରେ ପଡ଼ିଯାଇଥିଲେ। ଦୁଇ ଶିଶୁକନ୍ୟ କୂଅରୁ ଉଦ୍ଧାର ହେବା ପରେ ସେମାନଙ୍କୁ ଶ୍ରୀ ଲୁହା ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)