ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବକଦାବେଡା ପଂଚାୟତ ଅନ୍ତର୍ଗତ ଟେଣ୍ଡାକାଗୁଡା ଗ୍ରାମରେ ଜଣେ ଯୁବକଙ୍କ ନିକଟସ୍ଥ ଭାସ୍କେଲ ନଦୀରେ ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ଥବିର ଭତ୍ରା(୪୫)।
ସୂଚନା ପ୍ରକାରେ ଟେଣ୍ଡାକାଗୁଡା ଗ୍ରାମର ଲଳିତ ଭତ୍ରାଙ୍କ ପୁଅ ଥବିର ଭତ୍ରା ସବୁ ଦିନ ଭଳି ଆଜି ଗ୍ରାମ ନିକଟରେ ଥିବା ଭାସ୍କେଲ ନଦୀରେ ଶୌଚ ହେବା ପାଇଁ ଯାଇଥିଲେ।ତେବେ ଅସାବଧାନତା ଯୋଗୁଁ ନଦୀ ପାଣିରେ ବୁଡି ଯାଇଥିଲେ। ଦୀର୍ଘ ସମୟ ପରେ ବାପା ଲଳିତ ନଦୀ ନିକଟକୁ ଯିବା ପରେ ପୁଅ ଥବିତ ପାଣିରେ ଭାସୁ ଥିବା ଦେଖି କୂଳକୁ ଆଣିଥିଲେ। ପରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇ ଥିବା ସୂଚନା ମିଳିଛି। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/01Bignews-English-1.jpg)