ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୋରୁମହିଷାଣି କ୍ୟାମ୍ପର ପ୍ରଦୀପ ମହାକୁଡ (ସୁରୁ)(୪୦) ରବିବାର ରାତିରେ ପଙ୍ଖା ମରାମତି କରୁଥିବା ସମୟରେ ହଠାତ୍ ବିଦ୍ୟୁତ ତାର ସସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘଷଣା। ପୁଲିସ ଡାକ୍ତରଖାନା ପହଞ୍ଚି ଶବକୁ ଜବତ କରି କରିବା ସହ କେସ ନଂ ୧୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।
ସୂଚନାଯୋଗ୍ୟ ଯେ ସୁରୁ ମହକୁଡଙ୍କ ବର୍ତ୍ତମାନ ଏକ ତାଙ୍କ ଅସହାୟ ସ୍ତ୍ରୀ ଓ ଦୁଇ କୁନି ପୁଅ ଅଛନ୍ତି। ତାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇ ଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।