ପାଟଣାଗଡ଼: ଆମ୍ବ ତୋଳୁଥିବା ବେଳେ ଜଣେ ଯୁବକ ଗଛରୁ ପଡ଼ି ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଭଇଁଷା ଗ୍ରାମରେ ଆଜି ଦି’ପ୍ରହରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ହିରୋଜ ବଗର୍ତ୍ତି (୨୫)।
ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଭଇଁଷା ଗ୍ରାମର ହିରୋଜ ବଗର୍ତ୍ତି(୨୫) ନାମକ ଜଣେ ଯୁବକ ଦି’ପ୍ରହରରେ ଆମ୍ବ ତୋଳିବା ପାଇଁ ଗଛକୁ ଚଢ଼ିଥିଲେ। ସେ ଆମ୍ବ ତୋଳୁଥିବା ବେଳେ ଭାରସାମ୍ୟ ହରାଇ ଗଛରୁ ତଳେ ପଡି ଯାଇଥିଲେ। ଫଳରେ ସେ ଗୁରୁତର ହୋଇ ପଡିଥିଲେ। ସେଠାରେ ଥିବା ଲୋକେ ତାଙ୍କ ତୁରନ୍ତ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ହିରୋଜଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର କହିଥିବା ଜଣାପଡିଛି।